www.samajalive.in
Friday, December 12, 2025
16.1 C
Bhubaneswar

ଜଳିଗଲା ଲକ୍ଷାଧିକ ଟଙ୍କାର କରୋନା ସାମଗ୍ରୀ

ଉତ୍ତର ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା କରୋନା ସାମଗ୍ରୀ ଗୋଦାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।  ଅଗ୍ନିକାଣ୍ଡର ୪୫ ମିନିଟ୍‌ ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ପରେ  ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନା ଅନୁଯାୟୀ,  ଶିଳ୍ପାଞ୍ଚଳସ୍ଥିତ ଚାଉଳ ଗୋଦାମ ନିକଟରେ ରବିବାର ରାତି ପ୍ରାୟ ୧୧ଟା ୧୦ରେ ହଠାତ୍‌ ନିଆଁ ଜଳୁଥିବା ଦେଖାଯାଇଥିଲା। ନିଆଁର ତୀବ୍ରତା ଏତେ ଥିଲା ଯେ କେହି ପାଖକୁ ଯିବା ସମ୍ଭବ ନଥିଲା। ତେବେ ଚାଉଳ ଗୋଦାମ ଜଳୁଥିବା ଖବର ପ୍ରଚାର ହୋଇଥିବାବେଳେ ଧୀରେଧୀରେ ଲୋକମାନେ ସେଠାରେ ଗହଳି କରିଥିଲେ। ବୁଝିବାରେ ଜଣାପଡ଼ିଥିଲା କରୋନା ପାଇଁ  ଅକ୍ସିଜେନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ଥିବା ଗୋଦାମ ଜଳୁଛି । ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲା  । ଅଗ୍ନିକାଣ୍ଡ ଘଟିଥିବା ସ୍ଥଳରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅନ୍ୟ ଏକ ଗୋଦାମ  ଥିବାରୁ ଲୋକେ ଭୟଭୀତ ହୋଇ ୧୦୦-୨୦୦ମିଟର ଦୂରରେ ରହିଥିଲେ। ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀକୁ ବହୁ ସମୟ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସୁରକ୍ଷା କର୍ମୀଙ୍କ ବଳୟରେ ଏହି ଗୋଦାମ ଥିବାବେଳେ କିପରି ଅଗ୍ନିକାଣ୍ଡ ଘଟିଲା ତା’ର  ତଦନ୍ତ ହେବା ଆବଶ୍ୟକ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories