ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର :  ପ୍ରଖ୍ୟାତ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି ଯେ ‘ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି ଯେ ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ‘ଗୋପାଳ ରହସ୍ୟ’ ଧାରାବାହିକରେ ନିଖୁଣ ଓ ବଳିଷ୍ଠ ଅଭିନୟ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା। କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଶୋକ
ପ୍ରଖ୍ୟାତ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି ଯେ ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଅକାଳ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।ମଞ୍ଚ,ଚଳଚ୍ଚିତ୍ର ଓ ଟେଲି ସିରିଏଲ ଜଗତରେ ତାଙ୍କ ନିଖୁଣ ଅଭିନୟ ଶୈଳୀ ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ବିଶେଷ କରି ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ରେ ତାଙ୍କ ଭିନ୍ନ ଏକ ଅଭିନୟ ଶୈଳୀ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା। ଖାସ୍‍ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍‍ ପ୍ରଶଂସା ସାଉଁଟିଥିଲେ।
ଏଭଳି ଏକ ଘଡିସନ୍ଧି ମୁହୁର୍ତରେ ପ୍ରଭୁ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ, ବାନ୍ଧବ ଓ ଶୁଭେଛୁ ଏବଂ ସମର୍ଥକ ମାନଙ୍କୁ ଏହି ଦୁଃଖକୁ ସହିବା ନିମନ୍ତେ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି।

ପିସିସି ସଭାପତିଙ୍କ ଶୋକ

ବର୍ଷିୟାନ ଅଭିନେତା ଶ୍ରୀ ରବି ମିଶ୍ରଙ୍କ ପରଲୋକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନିଜ ଶୋକ ବାର୍ତ୍ତାରେ ସେ କହିଛନ୍ତି ବରିଷ୍ଠ ଅଭିନେତା ଶ୍ରୀ ରବି ମିଶ୍ରଙ୍କ ପରଲୋକ ଖବର ଶୁଣି ସେ ବହୁତ ଦୁଃଖିତ। ବହୁ ଚଳଚ୍ଚିତ୍ର,  ଟେଲି ଧାରାବାହିକରେ ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। ମହାପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କ ପରିବାର ପ୍ରତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

Comments are closed.