www.samajalive.in
Sunday, December 14, 2025
17.1 C
Bhubaneswar

କମ୍ପ୍ୟୁଟର ଗେମ୍‍ ଖେଳୁଛନ୍ତି କି? ହୋଇପାରେ ଏହି ରୋଗ

ନୂଆଦିଲ୍ଲୀ: ଆପଣଙ୍କ ପିଲାମାନେ ଅଧିକ ସମୟ ଭିଡିଓ, ମୋବାଇଲ୍‍ କିମ୍ବା କମ୍ପ୍ୟୁଟର ଗେମ୍‍ରେ ସମୟ ବିତାଉଛନ୍ତି କି? ଏବେଠାରୁ ସେହି ପ୍ରବୃତ୍ତିରୁ ସେମାନଙ୍କୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ। କାରଣ ଖୁବ୍‍ଶୀଘ୍ର ସେମାନେ ମାନସିକ ରୋଗର ଶିକାର ହୋଇପାରନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଏଭଳି ଚେତାବନୀ ଦେଇଛନ୍ତି। ଅତ୍ୟଧିକ ଡିଜିଟାଲ୍‍ ଗେମ୍‍ ପ୍ରବଣତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନସିକ ବିକୃତ ଜନିତ ରୋଗର ପର୍ଯ୍ୟାୟଭୁକ୍ତ କରିଛି। ଗେମ୍‍ ପ୍ରବଣତା ଅନ୍ୟାନ୍ୟ ଇଚ୍ଛାକୁ ନିଷ୍କ୍ରିୟ କରି ଦେଉଥିବାରୁ ବ୍ୟକ୍ତି ବା ଶିଶୁ ଲକ୍ଷ୍ୟ ଶୂନ୍ୟ ହୋଇପଡ଼େ ଏବଂ ଜୀବନରେ ଉନ୍ନତି କରିପାରେ ନାହିଁ ବୋଲି ସଂଗଠନର ରିପୋର୍ଟରେ ଉଲ୍ଲେଖ ରହିଛି। ଶିଶୁଠାରୁ ଆରମ୍ଭ କରି ପ୍ରୌଢ଼ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।
ଗେମ୍‍ ପ୍ରବଣତା ଜନିତ ମାନସିକ ରୋଗର ମୁଖ୍ୟତଃ ୬ଟି ଲକ୍ଷଣ ରହିଛି।
୧ – କୌଣସି କାମରେ ମନ ନ ଲାଗିବା
୨ – ନିଦ୍ରାହୀନତା
୩- ଭୋକ ନ ହେବା
୪ -ଦୁର୍ବଳ ଅନୁଭବ କରିବା
୫- ପାରିପାଶ୍ୱିକ ସ୍ଥିତି ଭଲ ନଲାଗିବା
୬-ସାମାଜିକ ସମ୍ପର୍କ ଛିନ୍ନ କରିବାକୁ ଇଚ୍ଛା
ମନସ୍ତତ୍ତ୍ୱବିତ୍‍ ସମୀର ମାଲହୋତ୍ରାଙ୍କ କହିବା ଅନୁଯାୟୀ ଅତ୍ୟଧିକ ଗେମ୍‍ ପ୍ରବଣତା ଯୋଗୁଁ ପାରିବାରିକ ସମ୍ପର୍କରେ ମଧ୍ୟ ଭଟ୍ଟା ପଡ଼େ। ଆଇସିଡି ନାମକ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶିତ ସନ୍ଦର୍ଭ ଅନୁଯାୟୀ ଏହି ରୋଗ ଯୋଗୁଁ ୫୫,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ରୋଗାକ୍ରାନ୍ତଙ୍କ ପାଇଁ କେତେକ ଦେଶରେ ବୀମା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories