www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଗବେଷଣା ପାଇଁ କମିଟି ଗଠିତ

ଭୁବନେଶ୍ୱର: ୟୁଜିସି ନିୟମାବଳୀ ଅନୁସାରେ ପ୍ରଥମ ଥର ପାଇଁ ଭେଷଜ, ଦନ୍ତ ମହାବିଦ୍ୟାଳୟ ପାଇଁ ବିଶ୍ବବିଦ୍ୟାଳୟରେ ଏକ ଗବେଷଣା କମିଟି ଗଠନ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗବେଷଣା ପୂର୍ବରୁ ଏହି କମିଟିର ଅନୁମୋଦନ ନେବାକୁ ପଡ଼ିବ। ରାଜ୍ୟ ଓ ରାଜ୍ୟ ବାହାରେ ଆନ୍ତର୍ଜାତିକସ୍ତରରେ ସ୍ବାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବାକୁ ହେଲେ ଏହି କମିଟି ଅନୁମତି ପ୍ରଦାନ କରିବ। ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏହି କମିଟିରେ ରହିଛନ୍ତି। ଏନେଇ ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଗୁଣାବତ୍ତାକୁ ନିୟନ୍ତ୍ରଣ କରିବା ଦିଗରେ ଏହି କମିଟି ସହାୟକ ହେବ। କମିଟିରେ ଅଧ୍ୟକ୍ଷଭାବେ ନ୍ୟାୟାଧୀଶ ଡି.ପି ଚୌଧୁରୀ ଥିବାବେଳେ ସଦସ୍ୟ ସଚିବ ପ୍ରଫେସର ଡା. ୱାଇ. ରୋଜାରମଣି ରହିଛନ୍ତି। ଏହାବ୍ୟତୀତ ପ୍ରଫେସର ଡା. ସୁଶୀଲ ମହାପାତ୍ର, ପ୍ରଫେସର ଡା. ଅଶୋକ ମହାପାତ୍ର, ପ୍ରଫେସର ଡା. ବିନୋଦ ପାତ୍ର, ପ୍ରଫେସର ଏଲ.କେ ନନ୍ଦ, ପ୍ରଫେସର ଡା. ନିରଞ୍ଜନ ମହାନ୍ତି, ପ୍ରଫେସର ଡା. ପ୍ରସନ୍ନ କୁମାର ଦାସ ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ ଲିଗାଲ ଏକ୍ସପର୍ଟଭାବେ ସୁପ୍ରିମକୋର୍ଟ ଆଇନଜୀବୀ ରାଜେଶ ଦାଶ ପ୍ରମୁଖ ବହୁ ସଦସ୍ୟ ରହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories