ମୁମ୍ବଇ : ବଲିଉଡ଼ ଅଭିନେତା ବିଦ୍ୟୁତ୍ ଜାମବାଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କମାଣ୍ଡୋ-୩’ର ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ପୋଷ୍ଟରକୁ ବିଦ୍ୟୁତ୍ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଦର୍ଶକଙ୍କୁ ବିଦ୍ୟୁତ୍ଙ୍କ ଲୁକ୍ ସହ ପରିଚିତ କରାହୋଇଛି। ତାଙ୍କ ଉଗ୍ର ରୂପ ତଥା ଲମ୍ବା କେଶ ସହ କ୍ରୋଧିତ ଚେହେରା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏହା ‘କମାଣ୍ଡୋ’ ସିରିଜ୍ର ତୃତୀୟ ଭାଗ। ସମସ୍ତ ଭାଗ ପରି ‘କମାଣ୍ଡୋ-୩’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ବ୍ୟକ୍ତ କରିଛନ୍ତି। ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୨୯ ତାରିଖରେ ମୁକ୍ତିଲାଭ କରିବ।
‘କମାଣ୍ଡୋ-୩’ : ସାମ୍ନାକୁ ଆସିଲା ବିଦ୍ୟୁତ୍ଙ୍କ ପ୍ରଥମ ଲୁକ୍
Popular Categories



