www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦର ପ୍ରଭାବ, ରାଜଧାନୀରେ କଂଗ୍ରେସର ବାଇକ ରାଲି

ଭୁବନେଶ୍ୱର: ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରମୁଖ ଛକରେ ପିକେଟିଂ କରିବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଲୋକଙ୍କୁ କହିଥିଲେ । ବିଧାନସଭା, ମାଷ୍ଟରକ୍ୟାଣ୍ଟିନ୍‍, ରେଳଷ୍ଟେସନ, ପଳାସୁଣୀ ରାସ୍ତା, ବନ୍ଦ ଯୋଗୁ ଲୋକମାନେ ଅସୁବିଧାରେ ପଡିଥିଲେ ।

ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଦାସ ଏହି ରାଲିରେ ସାମିଲ ହୋଇଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିବା ବାଇକ ରାଲି ବାହାରି ସହର ସାରା ଅତିକ୍ରମ କରୁଛି । ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories