ଟରଣ୍ଟୋ: ହାସ୍ୟ ଅଭିନେତା କପିଲ ଶର୍ମା କାନାଡାର ସରେ ସହରରେ ଖୋଲିଥିବା କାଫେ ଉପରକୁ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଏକାଧିକ ରାଉଣ୍ଡ ଗୁଳିମାଡ କରିଛନ୍ତି। କାର୍ରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିମାଡ କରିବା ପରେ ପଳାଇଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। କାଫେ ଉପରକୁ କୌଣସି ଉଦ୍ଦେଶ୍ୟମୂଳକ ଟାର୍ଗେଟ କରାଯାଇଛି କିମ୍ବା କପିଲ ଶର୍ମାଙ୍କୁ ଭୟଭୀତ କରିବାକୁ ଗୁଳିମାଡ ହୋଇଛି ତାହା ଜଣାପଡି ନାହିଁ। ତେବେ ଏହି ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସଂିହ ଲାଡି ନିଜକୁ ଦାୟୀ କରିଛନ୍ତି। ହରଜିତ୍ ଭାରତ ପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ବାବର ଖାଲ୍ସା ଇଣ୍ଟରନ୍ୟାସନାଲ ସହିତ ସମ୍ପୃକ୍ତ ଅଛନ୍ତି। କପିଲ ଶର୍ମା ଅତୀତରେ ଦେଇଥିବା ଏକ ମନ୍ତବ୍ୟ ପାଇଁ ତାଙ୍କ କାଫେ ଉପରକୁ ଏପରି ଆକ୍ରମଣ ହୋଇଥିବା ହରଜିତ୍ କହିଛନ୍ତି। କପିଲ ତାଙ୍କର କାଫେଟିକୁ ନିକଟରେ ଉଦ୍ଘାଟନ କରିଥିଲେ।
Popular Categories



