ଡେସ୍କ: ଉତ୍ତର ମହାସାଗରରେ ଆଜି ଏକ ମାଲବାହୀ ଜାହାଜ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମାଲବାହୀ ଜାହାଜରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଟ୍ୟାଙ୍କରରେ ଥିବା ୨୦ରୁ ଅଧିକ କର୍ମଚାରୀ ସୁରକ୍ଷିତ ଥିବା ସମ୍ପୃକ୍ତ ସିପିଂ କମ୍ପାନି କହିଛି। ତେବେ ଅନ୍ୟ କେତେଜଣଙ୍କୁ କୂଳକୁ ଅଣାଯାଇଛି ଓ ସେମାନଙ୍କ ଅବସ୍ଥା କିଭଳି ଅଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
ସମ୍ବାଦ ସରବରାହ ସଂସ୍ଥା ବିବିସି ଦ୍ୱାରା ଜାରି ଏକ ଭିଡିଓରେ ଟ୍ୟାଙ୍କରରୁ ଘନ ଧୂଆଁ ବାହାରୁଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡର ଘଟିଥିବା ଜଣାପଡିଛି। ଟ୍ରାକିଂ ତଥ୍ୟ ଅନୁଯାୟୀ, ପର୍ତ୍ତୁଗିଜ ପତାକା ଥିବା କଣ୍ଟେନର ସୋଲୋଙ୍ଗର ଛିଡା ହୋଇଥିବା ବେଳେ ଆମେରିକା ପତାକାଧାରୀ ଷ୍ଟେନା ଇମେକ୍ୟୁଲେଟ୍ ଧକ୍କା ଦେଇଥିଲା।
ସଂଘର୍ଷ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ସେନା ନିଜର ଇନ୍ଧନ ପରିବହନ ପାଇଁ ବ୍ୟବହାର କରୁଥିବା ମାତ୍ର ୧୦ଟି ଜାହାଜ ମଧ୍ୟରୁ ଷ୍ଟେନା ଇମ୍ମେକ୍ୟୁଲେଟ୍ ଅନ୍ୟତମ। ଦୁର୍ଘଟଣା ସମୟରେ ଏହାକୁ କିପରି ବ୍ୟବହାର କରାଯାଉଥିଲା ତାହାର କୌଣସି ସୂଚନା ମିଳିନାହିଁ।



