nua o banner

ବଦଳିଲେ ଖୋର୍ଦ୍ଧା,ଜଗତସିଂହପୁର ଜିଲାପାଳ

BJD Bijuli 480×75 Mob

ଭୁବନେଶ୍ୱର : ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଏବଂ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ତଥା ‘ଏସ୍‌ସିଇଆରଟି’ ନିର୍ଦେଶକ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି। ଶ୍ରୀ ସାହୁଙ୍କୁ ସାଧାରଣ ଅଭିଯୋଗ ନିର୍ଦେଶକ ଦାୟିତ୍ବ ସହିତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୂର୍ତ୍ତ ବିଭାଗ ଉପସଚିବ ତଥା ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲାପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ନୂତନ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତିଙ୍କୁ ଗଣଶିକ୍ଷା ବିଭାଗକୁ ବଦଳି କରାଯାଇଛି। ଶ୍ରୀ ମହାନ୍ତିଙ୍କୁ ‘ଟିଇ’ ଏବଂ ‘ଏସ୍‌ସିଇଆରଟି’ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି।

Comments are closed.