www.samajalive.in
Monday, December 15, 2025
16.1 C
Bhubaneswar

ସହିଦ ବାପାଙ୍କ କଫିନ ଉପରେ ଗଡ଼ିଲା କୁନି ଝିଅ

ଜୟପୁର : ସେନା ଯବାନ ମୁକୁଟ ବିହାରୀ ମୀନାଙ୍କ ଶବସତ୍କାର ସମୟରେ ସୋମବାର ଦେଖାଦେଇଥିବା ହୃଦୟବିଦାରକ ଦୃଶ୍ୟ ଉପସ୍ଥିତ ଜନତାଙ୍କୁ ତରଳାଇ ଦେଇଛି। ମୁଖାଗ୍ନି ଦେବା ପାଇଁ ଜେଜେ ବାପା ଜଗନ୍ନାଥଙ୍କ ସହିତ ଯାଉଥିବା ମୁକଟଙ୍କ ୫ମାସର ଶିଶୁ କନ୍ୟା ‘ଆରୁ’ ବାପାଙ୍କ କଫିନ ଉପରେ ବସିପଡ଼ିବା ସହ ଗଡ଼ିଯିବା ଦୃଶ୍ୟ ସମସ୍ତଙ୍କ ହୃଦୟ ତରଳାଇ ଦେଇଛି।
କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଗତ ୧୧ତାରିଖରେ କୁପୱାଡ଼ାରେ ନିହତ ୨୫ବର୍ଷୀୟ ମୁକୁଟଙ୍କ ମରଶରୀର ଜଲୱାର ଜିଲା ଅନ୍ତର୍ଗତ ଲାଡ଼ାନିଆ ଗାଁରେ ପହଞ୍ଚିବା ପରେ କଫିନ ଖୋଲି ପରିବାର ବର୍ଗ ତାଙ୍କର ଶେଷଦର୍ଶନ କରିଥିଲେ। ଏହି ସମୟରେ କୁନି ଝିଅଟି ମଧ୍ୟ ବାପାଙ୍କର ଶେଷ ଦର୍ଶନ କରିଥିଲା। ପରେ କଫିନ ଉପରେ ବସିବା ସହ କିଛି ସମୟ ଶୋଇଥିଲା ଓ ଗଡ଼ିଥିଲା; ଯେମିତି ବାପାଙ୍କ ଛାତି ଉପରେ ସେ ଖେଳୁଛି। ଏହି ଦୃଶ୍ୟ ଉପସ୍ଥିତ ସମସ୍ତ ସେନା ଓ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ଲୁହ ଭରି ଦେଇଥିଲା। ଜିଲାପାଳ ଜିତେନ୍ଦ୍ର ସୋନି ଏହି ଦୃଶ୍ୟକୁ ନେଇ ଏକ ଆବେଗପୂର୍ଣ୍ଣ ଲେଖା ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି। କୁନି ଝିଅଟି ପ୍ରତି ସାରା ଦେଶର ଜନତାଙ୍କ ଆଶୀର୍ବାଦ ରହିଥିବାର ଭରଶା ସେ ଏହି ଲେଖା ମାଧ୍ୟମରେ ଦେଇଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories