ଦୁଇ ନାଗସାପ ଉଦ୍ଧାର

ଆଠଗଡ଼ : ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଉଚ୍ଚ ବିଦ୍ୟାଳୟ ପରିସରରୁ ଗୋଟିଏ ଏବଂ ବାଙ୍କୀ ବ୍ଲକର ମାଳବିହାରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ନାଗସାପ ଉଦ୍ଧାର କରାଯାଇଛି। ଗୁରୁଡିଝାଟିଆ ସ୍କୁଲ ପରିସରରେ ଏକ ନାଗସାପ ଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ଆଠଗଡ଼ର ସାପଧରାଳି ତଥା ସ୍ନେକ ହେଲପଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କୁ ସୂଚନା ଦେଇଥିଲେ। ସୁଶାନ୍ତ ତୁରନ୍ତ ସେଠାକୁ ଯାଇ ଏକ ୫ଫୁଟ ଲମ୍ବର ନାଗସାପକୁ ଉଦ୍ଧାର କରି ନିକଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ। ସେହିପରି ସୁଶାନ୍ତ ସୂଚନା ପାଇଁ ମାଳବିହାରପୁରସ୍ଥିତ ଲିଟୁ ଖଟୁଆଙ୍କ ଘରକୁ ଯାଇ ସେଠାରୁ ଏକ ୩ ଫୁଟ ଲମ୍ବର ନାଗସାପ ଉଦ୍ଧାର କରି ସରଣ୍ଡା ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି।

Comments are closed.