ବାସୁଦେବପୁର: ଚୂଡ଼ାମଣି ସାମୁଦ୍ରିକ ପୁଲିସ ମଙ୍ଗଳବାର ଭୋରରୁ କୋଷ୍ଟ କେନାଲ ଛକରୁ ଏକ କୋଇଲା ବୋଝେଇ ପିକ୍ ଅପ୍ ଗାଡିକୁ ଜବତ କରିଛି। ଗାଡିରେ ୮୦ ବସ୍ତା କୋଇଲା ରହିଛି। ଗାଡ଼ିଟି ଧାମରା ଅଞ୍ଚଳରୁ ସୋର ଯାଉଥିଲା। କୋଷ୍ଟ କେନାଲ ଛକରୁ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା। କାରବାରରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Popular Categories



