ସାକ୍ଷୀଗୋପାଳ ଓଭରବ୍ରିଜ୍ ପ୍ରତି ବିପଦ; ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ 

ସୁଆଣ୍ଡୋ: ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ଓଭରବ୍ରିଜରେ ବର ଓସ୍ତ ଇତ୍ୟାଦି ଗଛ ଉଠି ବ୍ରିଜ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ମାନେ ଏହାକୁ ଦେଖୁଥିଲେ ମଧ୍ୟ ଗଛ ଗୁଡିକ କାଟି ସଫା କରୁ ନାହାନ୍ତି। ଏଥିପ୍ରତି ସେମାନେ ଉଦାସୀନ ରହୁଛନ୍ତି ବୋଲି ଅଭିଯୋଗ ହେଉଛି। ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉକ୍ତ ଓଭରବ୍ରିଜ ନିର୍ମାଣ କରାଯାଇଥିଲା।

prayash

ସୂଚନାଯୋଗ୍ୟ, ରକ୍ଷଣାବେକ୍ଷଣ ଅଭାବରୁ ସମଯାଜପୁର ଓଭରବ୍ରିଜର ଅବସ୍ଥା ଶୋଚନୀୟ ହୋଇପଡିବାରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ମରାମତି କରାଯାଇ ଥିଲା। ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସାକ୍ଷୀଗୋପାଳ ଓଭରବ୍ରିଜକୁ ବିପଦ ମୁହଁକୁ ଠେଲି ନ ଦେଇ ତୁରନ୍ତ ଏଠାରେ ଉଠିଥିବା ଗଛଗୁଡିକ କାଟି ସଫା କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

kalyan agarbati

Comments are closed.