www.samajalive.in
Sunday, December 7, 2025
14.1 C
Bhubaneswar

ନିଖୋଜ ଥିବା ଭାଇକୁ ୮ଦିନ ପରେ ଫେରିପାଇଲେ ପରିବାର

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଲାଷ୍ମୀପୁର ଗାଁର ନିଖୋଜ ଥିବା ଦେବେନ୍ଦ୍ର କାଶୀଙ୍କୁ ୮ଦିନ ପରେ ଆଜି ପରିବାର ଲୋକେ ଫେରି ପାଇଥିବା ସୂଚନା ମିଳିଛି । ବଡ ଭାଇ ଅର୍ଜୁନ କାଶୀ କହିବା ଅନୁଯାୟୀ ନିଖୋଜ ଥିବା ଭାଇ ଦେବେନ୍ଦ୍ର କୁ ବନ୍ଧୁ ବାନ୍ଧବ ,ସାଙ୍ଗ ସାଥି ପ୍ରାୟ ୭ଦିନ ଧରି ଖୋଜା ଖୋଜି କରିବା ପରେ ଗତକାଲି ସୋମବାର ଦିନ ରାୟଗଡା ବସ ରହଣି ସ୍ଥାନରେ ଏଣେତେଣେ ଘୁରିବୁଲୁଥିବା ବେଳେ ପରିବାର ଲୋକେ ଗ୍ରାମବାସୀ ଦେଖି କାବୁ କରିଥିଲେ । ନିଖୋଜ ଦେବେନ୍ଦ୍ର କୁ ଗୋଡ଼ରେ ଲୁହ ସିକୁଳି ରେ ବାନ୍ଧି ସ୍ଥାନୀୟ ଥାନାରେ ହସ୍ତାନ୍ତର କରିଥିଲେ । ଏସ ଆଇ ବିମଲ କହଁର ନିଖୋଜ ଯୁବକକୁ ପରିବାରକୁ ହସ୍ତାନ୍ତର କରିଥିଲେ । ଗତ ୧୭ ତାରିଖ ରେ ଖାଇ ଶୋଇଥିବା ବେଳେ ପାଗଳାମି ଯୋଗୁଁ ରାତ୍ର ଉଠି କେଉଁ ଆଡେ ଚାଲିଯାଇଥିଲେ । ପରିବାରଲୋକେ ନ ପାଇବାରୁ ୨୦ତାରିଖରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପରିବାର ଲୋକେ ହଜି ଯାଇଥିବା ଭାଇକୁ ପାଇଁ ଖୁସୀ ହୋଇଥିବା ହୋଇଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories