www.samajalive.in
Monday, December 15, 2025
14.1 C
Bhubaneswar

ସିଏମସି-ଜାଇକା ବୈଠକ : ମୁଖ୍ୟ ନର୍ଦମାରୁ ଜବରଦଖଲ ହଟିବ

କଟକ : କଟକ ମହାନଗର ନିଗମ ଓ ଜାଇକା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୌସୁମି ବର୍ଷାରେ ସହର ଯେଭଳି ଜଳବନ୍ଦୀ ନ ରୁହେ ସେ ନେଇ ଆଲୋଚନା କରାଯାଇଥିଲା। ଜାଇକା ଦ୍ବାରା କରାଯାଉଥିବା ମୁଖ୍ୟ ନର୍ଦମା ଏମଏସଡବ୍ଲୁ-୧ ଓ ୨ରେ ବାକି ରହିଥିବା ସ୍ଥାନଗୁଡ଼ିକୁ ପଙ୍କୋଦ୍ଧାର ଜୋରଦାର କରିବା ପାଇଁ କମିସନର ଅନନ୍ୟା ଦାସ ଜାଇକା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେହିଭଳି ମୁଖ୍ୟ ନର୍ଦମାର ଅଧିକାଂଶ ସ୍ଥାନରେ ଜବରଦଖଲ ସଫେଇରେ ସମସ୍ୟା ସୃଷ୍ଟି କରୁଥିବାରୁ ଏହାକୁ ଉଚ୍ଛେଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ଜାଇକା ସିଏମସି ଉପରେ ଦୋଷ ଲଦୁଥିବା ବେଳେ ସିଏମସି ଜାଇକା ଉପରେ ଦୋଷ ଲଦୁଛି। ଏଥିପାଇଁ ସମନ୍ବୟ ରକ୍ଷା କରି ବର୍ଷା ଆସିବା ପୂର୍ବରୁ ଡ୍ରେନ ସଫେଇ ପାଇଁ ନିର୍ଦେଶ ଦିଆଯାଇଛି।
ମୌସୁମି ପୂର୍ବରୁ ସହରରେ ପଙ୍କୋଦ୍ଧାର ଯେଭଳି ଶେଷ ହେବ ସେ ନେଇ କମିସନର ଅନନ୍ୟା ଜାଇକାକୁ ତାଗିଦ କରିଥିଲେ। ଜଳବନ୍ଦୀ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏଥିପାଇଁ ପୂର୍ବରୁ ପଙ୍କୋଦ୍ଧାର କରାଯାଇଥିଲେ ବି ଏବେ ଅନେକ ସ୍ଥାନରେ ଆବର୍ଜନା ଜମିରହି ଡ୍ରେନ ଜାମ ହୋଇଛି। ଜାଇକା ପଙ୍କୋଦ୍ଧାର ବିଳମ୍ବ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ତା’ଛଡ଼ା ଯେଉଁ ରାସ୍ତାରେ ଜାଇକା ଖୋଳୁଛି ସେଠାକାର ଡ୍ରେନରେ ମାଟି ପଡ଼ୁଥିବାରୁ ଡ୍ରେନରେ ବର୍ଜ୍ୟଜଳ ନିଷ୍କାସିତ ହୋଇପାରୁ ନାହିଁ। ସହରର ଏକାଧିକ ସ୍ଥାନରେ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଛି। କୌଣସି ପରିସ୍ଥିତିରେ ସହର ଯେଭଳି ଜଳବନ୍ଦୀ ହେବ ନାହିଁ ସେଥିପାଇଁ ଜାଇକା ମୁଖ୍ୟ ନର୍ଦମା ସମେତ ଖୋଳା କାର୍ଯ୍ୟ ବେଳେ ମାଟି ଜମୁଥିବା ଡ୍ରେନଗୁଡ଼ିକୁ ସଫେଇ କରିବ। ଏଥିପାଇଁ ଆବଶ୍ୟକ ମେସିନ ଅଣାଯିବ। ବିଶେଷକରି ଖ୍ରୀଷ୍ଟ କଲେଜ ଦେଇ ଯାଇଥିବା ମୁଖ୍ୟ ନର୍ଦମା ସମେତ ଖଟବିନ ସାହି, ଚଣ୍ଡୀ ମନ୍ଦିର ନିକଟ, ରୋଭର ଷ୍ଟ୍ରିଟ, କାଜିବଜାର, ବଜ୍ରକବାଟି, କେଶରପୁର, ମେରିଆ ବଜାର ପ୍ରଭୃତି ଅଞ୍ଚଳରେ ଏବେ ବି ବିଭିନ୍ନ ସ୍ଥାନରେ ଡ୍ରେନରେ ପଙ୍କ ଭର୍ତ୍ତିହୋଇ ରହିଛି। କଳବଳକୌଶଳ ଲଗାଇ ମୁଖ୍ୟ ନର୍ଦମା ସଫେଇ କରିବାକୁ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ମହାନଗର ନିଗମ ମଧ୍ୟ ପଙ୍କୋଦ୍ଧାର ପାଇଁ ସମସ୍ତ କାର୍ଯ୍ୟ ଜାରି ରଖିବ। ବିଏସଡବ୍ଲୁ ତଥା ଶାଖା ନର୍ଦମାରେ ପଙ୍କ କଢ଼ାଯିବାକୁ ଗୁରୁତ୍ବାରୋପ କରାଯାଇଥିଲା। ସହରର ଦୁଇଟି ମୁଖ୍ୟ ନର୍ଦମା ଏମଏସଡବ୍ଲୁ-୧ ଓ ଏମଏସଡବ୍ଲୁ-୨ ନର୍ଦମାରୁ ପଙ୍କୋଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଚାଲିଥିବା ଜାଇକା ପ୍ରକଳ୍ପ ନିର୍ଦେଶକ ଇଂ. ବସନ୍ତ ପରିଡ଼ା ସୂଚନା ଦେଇଥିଲେ। ଜାଇକା ପକ୍ଷରୁ ୫ଟି ସ୍ଥାନରେ ପମ୍ପିଂ ଷ୍ଟେସନ ନିର୍ମାଣ କରାଯାଉଛି। ବର୍ଷାଦିନ ପୂର୍ବରୁ ୪ଟି କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଥିଲା। ଏହାଛଡ଼ା ସ୍ଲୁଇସ ଗେଟ୍‌ଗୁଡ଼ିକ କିଭଳି ଠିକ ଭାବେ କାର୍ଯ୍ୟ କରିବ ଏବଂ ମୋଟର ପମ୍ପଗୁଡ଼ିକୁ ନିୟୋଜିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଜାଇକାର ଡ୍ରେନେଜ ଓ ସ୍ବରେଜ ଅଧିକାରୀଙ୍କ ସମେତ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories