www.samajalive.in
Saturday, December 6, 2025
26.1 C
Bhubaneswar

ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ପ୍ରମୁଖ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ

ମୟୁରଭଞ୍ଜ : ଆଜି ମୟୁରଭଞ୍ଜ ଗସ୍ତରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକପଦା,ରାସଗୋବିନ୍ଦପୁର ବ୍ଲକରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ଜଳସେଚନ ଓ ଦେଓ ଜଳସେଚନ ପ୍ରକଳ୍ପ ୨ଟି ପ୍ରମୁଖ ଜଳ ସେଚନ ପ୍ରକଳ୍ପର ଶୁଭାରମ୍ଭ କରି ମୟୁରଭଞ୍ଜବାସୀଙ୍କୁ ଭେଟି ଦେଇଛନ୍ତି। ଏହି ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ ଦ୍ୱାରା ୨୭୦୦୦ ହେକ୍ଟରରୁ ଅଧିକ ଚାଷ ଜମି ଜଳସେଚିତ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ମୟୁରଭଞ୍ଜ ହେଉଛି କଳା ଓ ସଂସ୍କୃତିର ମାଟି। ରାଜ୍ୟ ବିକାଶରେ ମୟୁରଭଞ୍ଜର ବିଶେଷ ଭୂମିକା ରହିଛି। ସାରା ଦେଶରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଜନଜାତି ଭାଇଭଉଣୀଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ। କୃଷି, ଶିକ୍ଷା,ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାକୁ ସରକାର ଫୋକସ୍‍ କରିଛନ୍ତି। ୫ଟି ଜରିଆରେ ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଛି। ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ ।
ଜନଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସୁଫଳ ମିଳୁଛି। ଶିକ୍ଷା ଓ ରୋଜଗାର ମାଧ୍ୟମରେ ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ୬୮୫ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୧୭,୧୨୧ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧାରେ ହୋଇପାରିବ। ଏହାଦ୍ୱାରା ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲାର ୫୫ ହଜାର ଚାଷୀ ଉପକୃତ ହେବେ।
ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ୱାରା କରଞ୍ଜିଆ ବ୍ଲକର ହାତୀବାରିଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ନିର୍ମିତ। ଉଭୟ ବାମ ଏବଂ ଦକ୍ଷିଣ ପାଶ୍ୱର୍ରେ ୫୮ କି.ମି. କେନାଲ ରହିବ। ୯୯୦୦ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧା ହେବ। ଏହାଦ୍ୱାରା ପ୍ରାୟ ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକେ ଉପକୃତ ହେବେ।

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଂସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ଓ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ବର୍ଣ୍ଣନା କରି ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିପାରିଛି ବୋଲି ସେମାନେ ମତ ଦେଇଥିଲେ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories