www.samajalive.in
Saturday, December 6, 2025
23.1 C
Bhubaneswar

ଦାଦନ ଖଟିବାକୁ ଯାଇଥିଲେ; ଶବ ହୋଇ ଫେରିଲେ

ଗୁଡଭେଲା : ପରିବାର ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି ଦାଦନ ଶ୍ରମିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଗୁଡଭେଲା ବ୍ଳକ ଅନ୍ତର୍ଗତ ସନ୍ଧିସରା ଗାଁରେ । ମୃତକ ହେଉଛନ୍ତି ଶୁକ୍ରୁ ବାଗଙ୍କ ପୁଅ ରାଜେଶ ବାଗ(୧୯)। ସେ ପ୍ରାୟ ୮ ମାସ ହେବ ପେଟପାଟଣା ପାଇଁ ଗୁଜରାଟ ରାଜ୍ୟର ଭୌଥାନଠାରେ ରହି କୋଠା ନିର୍ମାଣ କାର୍ଯ୍ୟରେ କୁଲି ମଜୁରି କାମ କରୁଥିଲେ । ହେଲେ ସୋମବାର ସନ୍ଧ୍ୟା ସମୟରେ କାମସାରି ଏକ ବିଦ୍ୟୁତ ତାର ରଖିବା ପାଇଁ ଯାଇଥିଲା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସାଙ୍ଗ ସାଥି ଖବର ଦେବା ପରେ ପରିବାର ଲୋକଙ୍କ ଦ୍ୱାରା ଏକ ଘରୋଇ ଆମ୍ବୁଲାନ୍ସ ଦ୍ବାରା ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଗାଁକୁ ମୃତଦେହ ଅଣାଗଲା । ହେଲେ ସନ୍ଧିସରା ଗାଁ ମୁଣ୍ଡରୁ ଝାଙ୍କରପଡାକୁ ପ୍ରାୟ ୧.୫ କିମି ହେବ ରାସ୍ତା ଲଗାଣ ବର୍ଷାରେ କାଦୁଅ ଯୋଗୁ ଶବବୁହା ଗାଡିଟି ଯାଇ ପାରିନଥିଲା । ଯାହା ଫଳରେ ପରିବାର ଲୋକଙ୍କ ସହଯୋଗରେ ଏକ ଖଟିଆରେ ଶବକୁ ବୁହା ହୋଇ ଘରରକୁ ନିଆଯାଇଥିଲା ।

ଅପରପକ୍ଷରେ ରାଜେଶଙ୍କ ବାପା ଜଣେ କୁଲି ମଜୁରିଆ ହୋଇଥିବା ବେଳେ ତାଙ୍କର ୨ଟି ବଢିଲା ଝିଅ ଅଛନ୍ତି । ଏହିପରି ସମୟରେ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ ପରିବାର ମଧ୍ୟରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ସରକାର ନିୟମ ଅନୁସାରେ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories