www.samajalive.in
Saturday, December 6, 2025
14.1 C
Bhubaneswar

ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

କଟକ: ଦିଲ୍ଲୀଠୁ ପଲ୍ଲୀ ସବୁଠି ପାଳନ ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ। କଟକରେ ଥିବା ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ଆଜିର ଦିନରେ ମହାନ ଜନନାୟକଙ୍କୁ ମନେ ପକାଇବା ପରମ ସୁଯୋଗ । ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ। ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ନୀରବିଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ରଖିବା ସହ ଦେଶର ଅଗ୍ରଗତି ହେଉଛି। ଖୁବ୍ ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ଆସିଛି। ଲୋକଙ୍କୁ ଶିକ୍ଷା , ସ୍ଵାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି। ଗାଁରୁ ବିକାଶ ଆରମ୍ଭ ହେଉଛି , ସରକାର ଏ ନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଓଡିଆ ଅସ୍ମିତା ସହ ଓଡିଶାର ବିକାଶ ଆଗେଇ ଚାଲିଛି। ରାଜ୍ୟର ବିକାଶ ପାଇଁ ରାଜ୍ୟସରକାର ଅହରହ କାମ କରୁଛନ୍ତି। ଆଜି ଉତ୍ସବର ଦିନ ନୁହେଁ , ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ଵ। ତେଣୁ ସମସ୍ତେ ସମୃଦ୍ଧ ଓ ବିକଶିତ ଓଡିଶା ନିର୍ମାଣରେ ହାତ ବଢାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories