www.samajalive.in
Tuesday, December 9, 2025
16.1 C
Bhubaneswar

ଷୋଡଶ ଅର୍ଥ କମିଶନକୁ ପ୍ରସ୍ତାବ ; ୧୨ ଲକ୍ଷ ୫୯ ହଜାର କୋଟି ମିଳୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଷୋଡଶ ଅର୍ଥ କମିଶନଙ୍କ ସହ ବୈଠକ ଗୁରୁବାର ଶେଷ ହୋଇଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ଦାବି ବିଷୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କମିଶନଙ୍କ ନିକଟରେ ବିକଶିତ ଓଡିଶା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ୨୦୨୬-୩୧ ଯାଏଁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ରହିଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହା ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରାଯାଇଛି ।
ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ସହ ଅର୍ଥ କମିଶନଙ୍କ ନିକଟରେ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କରାଯାଇଛି ।
ପୂର୍ବର ରାଜସ୍ୱ ନିଅଣ୍ଟକୁ ୯.୪୮ ଲକ୍ଷ କୋଟି କରିବାକୁ ଦାବି ହୋଇଛି । ସ୍ପେସିଫିକ୍‌ ଫଣ୍ଡ ବାବଦରେ ୧,୧୦ ଲକ୍ଷ କୋଟିର ଦାବି ଉପସ୍ଥାପନ କରାଯାଇଛି ।
ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟିର ଅର୍ଥ ଦାବି କରାଯାଇଛି । ଏହାସହ ଏସଡିଆରଏଫରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖାଯାଇଛି । ଏ ବାବଦକୁ ୩୧ ହଜାର କୋଟି ଦାବି କରାଯାଇଛି । ଏସଡିଆରଏଫରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫%  ଦେଇଥାଏ । ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଫେବୃଆରୀ ୪ରୁ ୭ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଷୋଡଶ ଅର୍ଥ କମିଶନ ଆସିଛନ୍ତି । ବିଶେଷ କରି ଓଡିଶାର ଅର୍ଥନୈତିକ ସ୍ଥିତି ସହ ଉନ୍ନତି ଓ ବିକାଶ କାମକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

- Advertisement -

ଦେଖନ୍ତୁ ଭିଡିଓ ; ବିବାହ କାର୍ଡ ଦେଖି ଅତିଥିଙ୍କ ମୁଣ୍ଡ ଗୋଲ୍‌

ଦିନଯାକ ଏସି ଲଗାଇଲେ ବି କମ୍‌ ଆସିବ ବିଜୁଳି ବିଲ୍‌ ; ଜାଣନ୍ତୁ କେମିତି

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories