www.samajalive.in
Saturday, December 6, 2025
17.1 C
Bhubaneswar

ବିଶ୍ବସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ: ଭର୍ଚୁଆଲରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: ବିଶ୍ବସ୍ତରୀୟ ହେବ ଐତିହାସିକ ବାରବାଟୀ ଷ୍ଟାଡିୟମ । କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି (ମଙ୍ଗଳବାର)ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ୩୦ ଜିଲ୍ଲା ପାଇଁ ୪୧ କ୍ରିକେଟ୍ ଏକାଡେମୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏନେଇ ବାରବାଟୀ କ୍ରିକେଟ ଗ୍ରାଉଣ୍ଡରେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହି କାର୍ୟ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ସାମିଲ ହେବେ । ଇରଫାନ ପଠାନ, ପ୍ରଜ୍ଞାନ ଓଝା, ନେହା କକ୍କରଙ୍କ ପରି ସେଲିବ୍ରେଟି ଯୋଗଦେବେ । ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା ମଧ୍ୟ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବାବେଳେ ସଂଧ୍ୟାରେ ବଲିଉଡ଼ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ । ଏକାସଙ୍ଗେ ୬୦ ହଜାର ଦର୍ଶକ ବସି ଖେଳ ଦେଖି ପାରିବେ । ଏହି ସ୍ପୋର୍ଟ୍ସ କମ୍ପେ୍କ୍ସରେ ଅତ୍ୟାଧୁନିକ ଜିମ୍  ସେଣ୍ଟର, ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories