ଭୁବନେଶ୍ବର : ଆଜି (ବୁଧବାର) ହେଉଛି ଚାଷ ଅନୁକୂଳର ପର୍ବ ଅକ୍ଷୟତୃତୀୟା। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା ରାଜ୍ୟର ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ୪ ହଜାର ଟଙ୍କା ମିଳୁଛି। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି। ଗତବର୍ଷ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ।
Popular Categories



