www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡରେ ମୃତ ଡାକ୍ତରଙ୍କ ପରିବାରକୁ କୋଟିଏ ଟଙ୍କା ଦେଲେ କେଜରିୱାଲ

ନୂଆଦିଲ୍ଲୀ: କୋଭିଡରେ ଦେଶରେ ଏପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଦିଲ୍ଲୀର ଜିଟିବି ହସପିଟାଲରେ ଗତ ପ୍ରାୟ ଦୁଇ ସପ୍ତାହ ତଳେ ମୃତ୍ୟ ଘଟିଛି ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର ଡା.ଆନାସ ମୁଜାହିଦଙ୍କର । ତାଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିଲା। ସେ କୋଭିଡ ସଂକ୍ରମିତ ବୋଲି ଜଣାପଡିବାର ମାତ୍ର କେଇଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆନାସଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡା ଆନାସଙ୍କ ଭଳି ଅନେକ ସମ୍ମୁଖଭାଗର ଯୋଦ୍ଧା ଦିଲ୍ଲୀ ଜନସାଧାରଣଙ୍କୁ ସେବା ଯୋଗାଇ ସେମାନଙ୍କ ଜୀବନ ରକ୍ଷାରେ ସମର୍ଥ ହୋଇପାରୁଛନ୍ତି। ଏହାଦ୍ୱାରା ସେମାନେ ଦିଲ୍ଲୀ ସରକାରଙ୍କୁ ମଧ୍ୟ ସହାୟତା କରୁଛନ୍ତି। ଡା ଆନାସଙ୍କର ପିତାମାତା, ତିନି ଭାଇ ଏବଂ ଜଣେ ଭଉଣୀ ଅଛନ୍ତି। ଆନାସଙ୍କ ବାପା ଡା.ମୁଜାହିଦୁଲ ଇସଲାମ କହିଛନ୍ତି, ତାଙ୍କ ପୁଅ ଆନାସ ଯେଭଳି ଲୋକଙ୍କ ସେବାରେ ପ୍ରାଣ ଉତ୍ସର୍ଗ କରିଛି, ଅନ୍ୟ ତିନିପୁଅ ମଧ୍ୟ ଲୋକଙ୍କ ସେବା କରିବା ସେ ଚାହାନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories