www.samajalive.in
Saturday, December 6, 2025
16.1 C
Bhubaneswar

ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ହାଇଦରାବାଦ: ଦେଶରେ କୋଭିଡ ଟିକାର ଅଭାବ ଲାଗି ରହିଥିବାବେଳେ ଘରୋଇ ହସପିଟାଲଗୁଡିକୁ ସରକାର ଟିକା ଯୋଗାଣକୁ ଅନୁମତି ଦେଇଛନ୍ତି। ତେବେ ଘରୋଇ ହସପିଟାଲଗୁଡିକ ସେଥିପାଇଁ ଲୋକଙ୍କ ଠାରୁ ଅଧିକ ଅର୍ଥ ଦାବି କରୁଥିବା ବହୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ସଂପ୍ରତି ଘରୋଇ ଡାକ୍ତରଖାନାଗୁଡିକୁ ଟିକା ଯୋଗାଣ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡି। ଶନିବାର ସେ ଲେଖିଥିବା ପତ୍ରରେ ଅଭିଯୋଗ କରିଛନ୍ତି ଯେ ଘରୋଇ ଡାକ୍ତରଖାନାଗୁଡିକ ଟିକା ଭାଏଲ ପିଛା ୨୦୦୦ ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଫଳରେ ଘରୋଇ ଡାକ୍ତରଖାନାଗୁଡିକରେ କୋଭିଡ ଟିକା ବାବଦ ମୂଲ୍ୟ ଦେବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଟିକା ଅଧିକାର କେବଳ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ରହିବା ଉଚିତ ବୋଲି ସେ ଦର୍ଶାଇଛନ୍ତି। ଦେଶରେ ଟିକା ଉତ୍ପାଦନ ବୃଦ୍ଧି ସହିତ ଏହା ପ୍ରଚୁର ପରିମାଣରେ ମିଳିଲେ ତାହା ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବାରେ କିଛି ସମସ୍ୟା ହେବନାହିଁ। ଲୋକଙ୍କୁ ଯେଉଁଠାରେ ସୁବିଧା ହେବ ସେମାନେ ସେଠାରେ ଟିକା ନେଇପାରିବେ ବୋଲି ଶ୍ରୀ ରେଡ୍ଡି କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories