www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

ଭୁବନେଶ୍ୱର: ଓଡ଼ିଶାରେ ତାଲାବନ୍ଦ, ଆବଦ୍ଧାଞ୍ଚଳ, ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନା ବଜାର ଖୋଲିବା ସମୟ ହ୍ରାସ ଆଦି ସମସ୍ତ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ତଳକୁ ଖସୁନାହିଁ। ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୨୮୫୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେୁ ସର୍ବାଧିକ ୧୯୦୯ ସଂକ୍ରମିତ ଅଛନ୍ତି। ଏଥିସହିତ କଟକ ଜିଲାରେ ଦୈନିକ ସଂକ୍ରମିତ ସଂଖ୍ୟା ୧୦୭୩କୁ ବୃଦ୍ଧିପାଇଛି। ୨୪ ଘଣ୍ଟାରେ ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୭୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୫୭ ଜଣ ରହିଛନ୍ତି।

ଅନୁଗୁଳ ଜିଲାରୁ ୮୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିôବାବେଳେ ବାଲେଶ୍ୱରରୁ ୫୦୮, ବରଗଡ ୪୬୧, ଭଦ୍ରକ ୧୫୧, ବଲାଙ୍ଗୀର ୨୭୪, ବଉଦ ୩୪୭, ଦେବଗଡ ୧୦୫, ଢେଙ୍କାନାଳ ୪୮୨, ଗଜପତି ୭୭, ଗଞ୍ଜାମ ୩୪୦ ଏବଂ ଜଗତସିଂହପୁର ଜିଲାରୁ ୩୦୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଯାଜପୁରରୁ ୩୩୭, ଝାରସୁଗୁଡା ୩୯୯, କନ୍ଧମାଳ ୧୦୪, କେନ୍ଦ୍ରାପଡା ୨୮୫, କେନ୍ଦୁଝର ୧୮୦, କୋରାପୁଟ ୨୭୨ ଏବଂ ମାଲକାନଗିରି ଜିଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ମୟୁରଭଞ୍ଜରୁ ୫୮୬, ନବରଙ୍ଗପୁର ୩୪୪, ନୟାଗଡ ୩୩୧, ନୂଆପଡା ୭୦, ପୁରୀ ୪୭୨, ରାୟଗଡା ୧୯୮, ସମ୍ବଲପୁର ୩୫୫, ସୋନପୁର ୫୫, ସୁନ୍ଦରଗଡ ୮୪୮ ଏବଂ ଷ୍ଟେଟପୁଲରୁ ୩୩୩ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟରେ ଆଉ ୧୦୬୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧୩୦୮୫୬୪ ଟିକାକରଣ କରାଯାଇଥିବାବେଳେ ସେଥିମଧ୍ୟରୁ ୬୯୨୩୮୨ ସଂକ୍ରମିତ ଚିହ୍ନଟ ହୋଇଛି। ଇତିମଧ୍ୟରେ ମୋଟ ୫୭୭୯୮୩ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି ଏବଂ ସକ୍ରିୟ ସଂକ୍ରମିତ ୧୧୧୮୬୨ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories