ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ; ୬ ଅଧିକାରୀଙ୍କୁ ବରଖାସ୍ତ, ୫ ଜଣଙ୍କ ପେନସନ୍ ବନ୍ଦ
ଭୁବନେଶ୍ବର: ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ଉପରେ ଗୁରୁତ୍ବ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହ ୫ ଜଣଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଭାବରେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ୩ ଜଣ ଓ.ଏ.ଏସ ଅଧିକାରୀ ରହିଥିବା ଜଣାପଡିଛି।
ଚାକିରୀରୁ ବରଖାସ୍ତ ହୋଇଥିବା ୬ ଜଣ ଅଧିକାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ ରବିନ୍ଦ୍ର କୁମାର ଦାସ, ବୁଦ୍ଧିରାମ ଶୁନିଆନି, ସୁରେଶ ଚନ୍ଦ ମିଶ୍ର, ହେମନ୍ତ କୁମାର ପାଣ୍ଡା, ପୃଥିରାଜ ଲେଙ୍କା, ସୁଶୀଲ କୁମାର ସେଠ। ପେନସନ୍ ସୁବିଧା ବନ୍ଦ କରାଯାଇଥିବା ଅଧିକାରୀମାନେ ହେଲେ ନବୀନ ସେଠ, ସନାତନ ସେଠୀ, ପୁରନ୍ଦର ପୁଜାରୀ, ନିରଞ୍ଜ ଜେନା ଏବଂ ପିତାମ୍ବର ପ୍ରତିହାରୀ।
ସୂଚନା ଅନୁଯାୟୀ, ଦୁର୍ନୀତି ବିରୁଦ୍ଧରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୪ ଅଧିକାରୀଙ୍କୁ ଚାକିରୁ ବରଖାସ୍ତ କରିଥିବାବେଳେ ୧୧ ଜଣଙ୍କ ପେନସନ୍ ବନ୍ଦ ଓ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
Comments are closed.