www.samajalive.in
Sunday, December 7, 2025
18.1 C
Bhubaneswar

ଦୁର୍ନୀତି ବିରୋଧରେ ପଞ୍ଜାବ ସରକାରଙ୍କ ବଡ଼ ପଦକ୍ଷେପ; ସ୍ବାସ୍ଥ୍ୟମନ୍ତ୍ରୀ ବହିଷ୍କୃତ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ବିରୋଧରେ ବଡ଼ ପଦକ୍ଷେପ ସ୍ବରୂପ ମଙ୍ଗଳବାର ନିଜ ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି। ଦୁର୍ନୀତିଗ୍ରସ୍ତ ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ବିଜୟ ସିଙ୍ଗଲା ବହିଷ୍କୃତ ହୋଇଛନ୍ତି। ବିଜୟ ସିଙ୍ଗଲା ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ପାଇବା ପରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମାନ୍‌। ଏଥିସହ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ମାନ୍‌ ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ ୧% କମିଶନ ଦାବି କରିଥିଲେ। ଏହି ଅଭିଯୋଗ ଉପରେ ଠୋସ୍‌ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ମାନ୍‌ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଇଛନ୍ତି। ମାନ୍‌ କହିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ବିଜୟ ସିଙ୍ଗଲା ସ୍ୱୀକାର କରିଛନ୍ତି। ଦ୍ବିତୀୟ ଥର ପାଇଁ ଆମ୍‌ ଆଦମୀ ପାର୍ଟି ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ପୂର୍ବରୁ ୨୦୧୫ ରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ବହିଷ୍କୃତ କରିଥିଲେ। ଏପରିକି ସେ ମାମଲାକୁ ସିବିଆଇକୁ ହସ୍ତନ୍ତର କରିଥିଲେ। ମାନ୍‌ ଆହୁରି କହିଛନ୍ତି ଯେ, ଲୋକମାନେ ବହୁ ଆଶା ସହିତ ଆମ୍ ଆଦମୀ ପାର୍ଟିର ସରକାର ଗଠନ କରିଛନ୍ତି, ସେହି ଆଶା ପୂରଣ କରିବା ଆମର କର୍ତ୍ତବ୍ୟ। ଏପରିକି ଏକ ପ୍ରତିଶତ ଦୁର୍ନୀତିକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories