www.samajalive.in
Sunday, December 7, 2025
23.1 C
Bhubaneswar

ସ୍ବାସ୍ଥ୍ୟ ସମସ୍ୟାକୁ ମୁକାବିଲା କରୁଥିବା ସ୍ବେଚ୍ଛାସେବୀ ଆଗଧାଡ଼ିର ଯୋଦ୍ଧା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ସମଗ୍ର ବିଶ୍ୱ କୋଭିଡ୍‌-୧୯ ପରି ବୃହତ୍ତମ ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରୁଥିବାବେଳେ ଲକ୍ଷାଧିକ ସ୍ବେଚ୍ଛାସେବୀ ଆଗଧାଡ଼ିର ଯୋଦ୍ଧା ଏବଂ ସମ୍ବେଦନଶୀଳ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ଅବସରରେ କହିଛନ୍ତି। ଏହି ମହାମାରୀ ସମୟରେ ଆମର ସାମାଜିକ ଏକତାକୁ ସୁଦୃଢ଼ ରଖିବା ପାଇଁ ଆଗେଇ ଆସିଥିବା ସ୍ବେଚ୍ଛାସେବୀମାନଙ୍କ ପ୍ରତି ସେ ସମ୍ମାନ ଜଣାଇଛନ୍ତି।

 

- Advertisement -

ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ନିରାକରଣ ଓ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ହସ୍ତକ୍ଷେପକୁ ନୀତି ଆୟୋଗ ପ୍ରଶଂସା କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଂପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାତୀୟସ୍ତରୀୟ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପ୍ରସ୍ତୁତ ‘ସର୍ବୋତ୍କୃଷ୍ଟ କୋଭିଡ୍‌ ଅଭ୍ୟାସ’ ତାଲିକାରେ ଓଡ଼ିଶାର ‘ମୋ ଜୀବନ’ ଓ ‘ମୋ ପ୍ରତିଭା’ ପରି ଉପଲବ୍ଧିକୁ ସ୍ଥାନ ପାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଜାତିସଂଘ ସ୍ବେଚ୍ଛାସେବୀ, ଭାରତ ଦ୍ୱାରା ନୂଆପଡ଼ାର ଯଶୋଦା ପାଣ୍ଡେ ଜିଲାରେ ବାଲ୍ୟବିବାହ ରୋକିବା କ୍ଷେତ୍ରରେ ତାଙ୍କର ଉଦ୍ୟମ ପାଇଁ ସମ୍ମାନଜନକ ଭି-ପୁରସ୍କାର ୨୦୨୦ ପାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ସ୍ବେଚ୍ଛାସେବୀ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories