www.samajalive.in
Sunday, December 7, 2025
14.1 C
Bhubaneswar

ଲବଙ୍ଗ ଚା’ ପିଇବା ଦ୍ୱାରା ମିଳେ ଏହି ଲାଭ

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଖୁବ ପସନ୍ଦ। ଅଦା ଓ ଗୁଜୁରାତିର ଚା’ ପିଇବାକୁ ମଧ୍ୟ ବେଶ ସ୍ୱାଦିଷ୍ଟ। ତେବେ ସମସ୍ତ ସମୟ ବ୍ୟତୀତ ବିଶେଷ କରି ଶୀତଦିନେ ଲବଙ୍ଗ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାର ହୋଇଥାଏ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ ଓ ଏହାର ଉପକାରିତା ଗୁଣ ବିଷୟରେ….
ଲବଙ୍ଗରେପ୍ରୋଟିନ,ଆଇରନ,କ୍ୟାଲସିୟମ,ସୋଡିୟମ,ମ୍ୟଗ୍ନେସିୟମ,ଫସଫରସ,ପୋଟାସିୟମ,ଜିଙ୍କ ଭଳି ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି।
ଏପରି କରନ୍ତୁ ପ୍ରସ୍ତୁତ….
ପ୍ରଥମେ ଲବଙ୍ଗକୁ ପେଷି ଏହାକୁ ଗୁଣ୍ଡ କରି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଏକ ଗ୍ଲାସ ପାଣି ନେଇ ଏଥିରେ ଲବଙ୍ଗ ଗୁଣ୍ଡ ପକାନ୍ତୁ। ୩ ରୁ ୫ ମିନିଟ ଫୁଟାଇବା ପରେ ଗ୍ୟାସ ବନ୍ଦ କରି ଏହାକୁ ଛାଣି ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଗୁଡ କିମ୍ବା ମହୁ ମିଶାଇ ପିଅନ୍ତୁ।
ଏହି ଲବଙ୍ଗ ଚା’ ପିଇବା ଦ୍ୱାରା ଶରୀରକୁ ମ୍ୟାଗ୍ନେସିୟମର ଉତ୍ତମ ମାତ୍ରା ମିଳିଥାଏ। ଏଥିରେ କ୍ୟାଲସିୟମ ମଧ୍ୟ ଥାଏ। ଏହି ଚା’ ପିଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ।
ଏହି ଚା’ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ। ଦାନ୍ତ ମୂଳରୁ ରକ୍ତ ବାହାରୁ ଥିଲେ ମଧ୍ୟ ଏକ ମାସ ଲବଙ୍ଗ ଚା’ ପିଇବା ଦ୍ୱାରା ଏହା ଦୂର ହୋଇଥାଏ।
ଲବଙ୍ଗ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

ତୁଳସୀ, ଲବଙ୍ଗକୁ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଏସିଡ଼ିଟି ଦୂର ହୋଇଥାଏ।

- Advertisement -

ଯେଉଁମାନଙ୍କ କେଶ ଝଡ଼ିବା ଜନିତ ସମସ୍ୟା ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେଶକୁ ଘନ କରିବା ପାଇଁ ଲବଙ୍ଗକୁ କିଛି ପାଣିରେ ପକାଇ ଉଷୁମ କରନ୍ତୁ। ସେହି ପାଣିରେ କେଶ ଧୁଅନ୍ତୁ।
ଗ୍ୟାଷ୍ଟ୍ରିକ ଦୂର ପାଇଁ ଲବଙ୍ଗ ଏକ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରେ। କର୍ମବ୍ୟସ୍ତତା ଜୀବନରେ ଖାଦ୍ୟପେୟରେ ଅନିୟମିତତା ଆଦି କାରଣରୁ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି ହୋଇଥାଏ। ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଖାଲିପେଟରେ ଏକ ଗ୍ଲାସ ପାଣିରେ ଅଳ୍ପ କିଛି ଲବଙ୍ଗ ତେଲ ପକାଇ ପିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories