www.samajalive.in
Sunday, December 14, 2025
19.1 C
Bhubaneswar

‘ଜଳବାୟୁ ପରିବର୍ତ୍ତନ ପାଣିପାଗ ପୂର୍ବାନୁମାନକୁ ଜଟିଳ କରୁଛି’

ନୂଆଦିଲ୍ଲୀ : ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ପାଣିପାଗ ସମ୍ପର୍କିତ ଗୁରୁତର ପରିସ୍ଥିତି ସମ୍ପର୍କରେ ସଠିକ୍‍ ଆକଳନ କରିବା ପୂର୍ବାନୁମାନକାରୀ ସଂସ୍ଥାଗୁଡିକର ସାମର୍ଥ୍ୟ ପ୍ରତି ବାଧା ପହଞ୍ଚାଉଛି। ଏହି ଚାଲେଞ୍ଜର ମୁକାବିଲା କରିବା ସକାଶେ ଭାରତୀୟ ପାଣିପାଗ ବିଭାଗ ଅଧିକ ସଂଖ୍ୟକ ରେଡାର ସ୍ଥାପନ ସହିତ ଏହାର ଉଚ୍ଚ ପ୍ରଦର୍ଶନକାରୀ ଗଣନା ବ୍ୟବସ୍ଥାରେ ଉନ୍ନତିସାଧନ କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ମୌସୁମୀକୁ ନେଇ କୌଣସି ଉଲ୍ଲେଖନୀୟ ପରିସ୍ଥିତି ଲକ୍ଷ୍ୟ କରାଯାଇନଥିଲେ ମଧ୍ୟ ସ୍ଥାନେ ସ୍ଥାନେ ଭାରି ବର୍ଷା ହେବା ଘଟଣା ବୃଦ୍ଧିପାଇଛି ଏବଂ ହାଲୁକା ବୃଷ୍ଟିପାତ ଘଟଣା ହ୍ରାସପାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଏଭଳି ଘଟୁଛି। ଶ୍ରୀ ମହାପାତ୍ର କହିଥିଲେ ଯେ ୨୦୨୫ ସୁଦ୍ଧା ପ୍ରଭାବ ଆଧାରିତ ପୂର୍ବାନୁମାନ ଅଧିକ ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଓ ସଠିକ ହୋଇପାରିବ ଏବଂ ଭାରତୀୟ ପାଣିପାଗ ବିଭାଗ ପଞ୍ଚାୟତ୍ତସ୍ତରୀୟ ପୁଞ୍ଜ ଏବଂ ସହରଗୁଡିକରେ ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ପର୍କରେ ଆଗାମୀ ବର୍ଷଗୁଡିକରେ ସଠିକ ପୂର୍ବାନୁମାନ କରିପାରିବ।
ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବାୟୁମଣ୍ଡଳର ଅସ୍ଥିରତା ବୃଦ୍ଧି କରିଛି ଏବଂ ଏହାଦ୍ୱାରା ଘଡଘଡି ବର୍ଷା, ବଜ୍ରପାତ ଏବଂ ଭାରି ବର୍ଷା ଭଳି ଘଟଣା ବୃଦ୍ଧିପାଉଛି। ଆରବ ସାଗରରେ ବାତ୍ୟାଗୁଡିକର ଭୟାବହତା ମଧ୍ୟ ବଢ଼ୁଛି। ବାରମ୍ବାର ଏଭଳି ଘଟଣା ଘଟିବା ଦ୍ୱାରା ପୂର୍ବାନୁମାନକାରୀ ସଂସ୍ଥାଗୁଡିକ ନିମନ୍ତେ ଚାଲେଞ୍ଜ ସୃଷ୍ଟି ହେଉଛି। ପ୍ରାକ୍‍ ଆକଳନରେ ଉନ୍ନତି ଆଣିବା ସକାଶେ ଭାରତୀୟ ପାଣିପାଗ ବିଭାଗ ରେଡାର ସଂଖ୍ୟା ବୃଦ୍ଧି ସହିତ ସ୍ୱୟଞ୍ଚାଳିତ ପାଣିପାଗ କେନ୍ଦ୍ର ଏବଂ ବର୍ଷା ପରିମାପକ ଯନ୍ତ୍ର ସ୍ଥାପନ, ଉପଗ୍ରହର ଉପଯୋଗିତାରେ ବୃଦ୍ଧି ଦ୍ୱାରା ପର୍ଯ୍ୟବେକ୍ଷଣ ନେଟୱର୍କକୁ ସୁସଂହତ କରିବାକୁ ପଦକ୍ଷେପ ନେଉଛି। ଶ୍ରୀ ମହାପାତ୍ର କହିଥିଲେ, ଅତ୍ୟନ୍ତ ସଠିକ ଭାବରେ ଝଡବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ଅନୁମାନକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି। ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଅନୁମାନ ୯୨% ସଠିକ ହେଉଛି। ପାଣିପାଗ ସବ୍‍ଡିଭିଜନ ସ୍ତରରେ ପ୍ରବଳ ବର୍ଷା ଅନୁମାନ ପାଞ୍ଚବର୍ଷ ତଳେ ୬୦% ଠିକ୍‍ ହେଉଥିବାବେଳେ ସମ୍ପ୍ରତି ତାହା ୭୯% ଠିକ୍‍ ହେଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories