www.samajalive.in
Sunday, December 7, 2025
14.1 C
Bhubaneswar

ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା, ବିଶ୍ଵବିଦ୍ୟାଳୟରେ ଏପରି ହେଉଛି ରାଗିଂ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ ଧମକ ଦେଇଛନ୍ତି। ଗତ ୨୬ ତାରିଖରେ ଘଟିଥିବା ଏହି ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ବାପା ମୁକେଶ କୁମାର କେଶରଓ୍ବାନୀ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁସାରେ କେଶରଓ୍ବାନୀଙ୍କ ପୁଅ ଶିଖର ତାଙ୍କର ଅନ୍ୟ ଜଣେ ସହପାଠୀ ସୌମ୍ୟ ସିଂହ ଯାଦବଙ୍କ ସହିତ କାରରେ ବିଶ୍ଵବିଦ୍ୟାଳୟକୁ କ୍ଲାସ କରିବାକୁ ଯାଇଥିଲେ। ସେମାନେ କ୍ୟାମ୍ପସ ଭିତରେ ଗାଡ଼ି ପାର୍କ କରିବା ସମୟରେ କେତେଜଣ ଛାତ୍ରଛାତ୍ରୀ ସୌମ୍ୟଙ୍କ କାର ଭିତରେ ଜୋର ଜବରଦସ୍ତି ପଶିଥିଲେ। ସୌମ୍ୟ ଏବଂ ଶିଖର ​ବିରୋଧ କରିବାରୁ ସେମାନେ ଉଭୟଙ୍କୁ ମାଡ଼ ମାରିଥିଲେ। ଶିଖରଙ୍କୁ ସେମାନେ ୫୦ରୁ ୬୦ ଚାପୁଡ଼ା ମାରିଥିଲେ। ଏଥିରେ ଶିଖର ଗୁରୁତର ଆହତ ହୋଇଥିଲେ। ମାଡ଼ ମାରିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories