www.samajalive.in
Monday, December 15, 2025
26.1 C
Bhubaneswar

ଚାଉଳ ପାଇଁ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର:  ବିଧାନସଭାରେ ବଳକା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ବିରୋଧୀ ସଦସ୍ୟ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଖାଉଟି ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୧୩ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ବଳକା ଅଛି । ଚାଉଳ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଯଦି କେନ୍ଦ୍ର ସରକାର ନଉଠାନ୍ତି ତେବେ ନିଲାମ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ୧୧ଟି ଜିଲାକୁ ୩ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ୬୩ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ଉତ୍ପାଦନ ହୋଇଥିଲା । ସେଥିରୁ ୫୦ଲକ୍ଷ ମେଟ୍ରିକ୍‍ ଟନ୍‍ ଚାଉଳ ବ୍ୟବହାର ହୋଇଛି । ଗତ ୮ବର୍ଷରେ କେନ୍ଦ୍ର ଉପରେ ୮ହଜାର କୋଟି ଟଙ୍କା ବାକି ରହିଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories