ଭୁବନେଶ୍ଵର: ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ଆରମ୍ଭ କରିବ ସିଆଇଏସ୍ଏଫ୍। ସିଆଇଏସ୍ଏଫ୍ ପକ୍ଷରୁ ୫୬ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ସୁରକ୍ଷିତ କୂଳ, ସମୃଦ୍ଧ ଭାରତ ଉକ୍ତ କାର୍ଯ୍ୟକ୍ରମର ବିଷୟ ବସ୍ତୁ ରହିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଆସନ୍ତା ୭ ତାରିଖରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ୧୪ ମହିଳାଙ୍କ ସମେତ ମୋଟ୍ ୧୨୫ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରିବେ । ୨୫ ଦିନ ମଧ୍ୟରେ ସେମାନେ ୬୫୫୩ କିଲୋମିଟର ବ୍ୟାପୀ ୧୧ ରାଜ୍ୟକୁ କଭର କରିବେ । ଗୁଜୁରାଟର ଲଖପତ ଏବଂ ପଶ୍ଚିମବଙ୍ଗର ବକାଲିଠାରୁ ଏହି ଅଭିଯାନ ଆରମ୍ଭ ହେବ। ତେବେ ଏହି ସମୟ ମଧ୍ୟରେ ପ୍ରମୁଖ ଉପକୂଳ ସହର ଗୁଡିକ ମଧ୍ୟରେ ମୁମ୍ବାଇ, ଗୋଆ , ମାଙ୍ଗାଲୋର, କୋଚି ଏବଂ ଚେନ୍ନାଇ ଅନ୍ତର୍ଭୃକ୍ତ ରହିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
୭ରୁ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ ସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଆରମ୍ଭ: ଉଦ୍ଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ
Popular Categories



