mission shakti banner

୫୯ରୁ ୬ ବିମାନ ବନ୍ଦରରେ ସିଆଇଏସ୍‌ଏଫ୍‌ ସୁରକ୍ଷା ବ୍ୟବସ୍ଥା

nua o banner
0

ନୂଆଦିଲ୍ଲୀ : ବିମାନ ବନ୍ଦରଗୁଡିକରେ ଯାତ୍ରୀଙ୍କ ସୁରକ୍ଷା ତଥା ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ସତ; କିନ୍ତୁ ଏହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ସଦ୍ୟ ପ୍ରକାଶିତ ଏକ ଅଡିଟ୍‌ ରିପୋର୍ଟ ପ୍ରଶ୍ନ ଉଠାଇଛି। ଦେଶର ୫୯ଟି ବିମାନବନ୍ଦର ମଧ୍ୟରୁ ମାତ୍ର ୬ଟିରେ କେନ୍ଦ୍ରୀୟ ଶିଳ୍ପଭିତ୍ତିକ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ସୁରକ୍ଷା ବ୍ୟବସ୍ଥା ରହିଛି। ନିୟମ ଅନୁଯାୟୀ ସମସ୍ତ ବିମାନ ବନ୍ଦରଗୁଡିକରେ ବିଶେଷକରି ବୋମା ନିଷ୍କ୍ରିୟ ତଥା ନଷ୍ଟ କରିବାର ବ୍ୟବସ୍ଥା ରହିବା ଉଚିତ। କିନ୍ତୁ ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ, କଲିକତା, କୋଚିନ୍‌ ଏବଂ ହାଇଦ୍ରାବାଦ ବିମାନବନ୍ଦରକୁ ଛାଡିଦେଲେ ଅନ୍ୟ କୌଣସିଟିରେ ଏହି ବ୍ୟବସ୍ଥା ଉପଲବ୍ଧ ନ ଥିବା ଜଣାପଡିଛି। ଏଗୁଡିକ ମଧ୍ୟରୁ କେବଳ କଲିକତା ଏବଂ ଚେନ୍ନାଇ ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ପରିଚାଳିତ ବୋଲି ସିଆଇଏସ୍‌ଏଫ୍‌ ଏହାର ଅଡିଟ୍‌ ରିପୋର୍ଟରେ ଦର୍ଶାଇଛି।
ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ (ବିସିଏଏସ୍‌)ର ନିୟମ ଅନୁଯାୟୀ ବିମାନବନ୍ଦରଗୁଡିକରେ ବିସ୍ଫୋରକ ବାଷ୍ପ ଚିହ୍ନଟକାରୀ, ବୋମା ନିଷ୍କ୍ରିୟକାରୀ ପୋଷାକ ଓ ବୋମା ଚିହ୍ନଟ ପାଇଁ ରିମୋଟ ଦ୍ୱାରା ପରିଚାଳିତ ଯାନ ସମେତ ମୋଟ ୨୮ଟି ଅତ୍ୟାବଶ୍ୟକ ବ୍ୟବସ୍ଥା ରହିବା ଦରକାର। ଏଗୁଡିକ ମଧ୍ୟରୁ ଯଦି କୌଣସି ଗୋଟିଏ ମଧ୍ୟ କୌଣସି ବିମାନବନ୍ଦରରେ ନ ଥାଏ, ତା’ହେଲେ ସ୍କ୍ୱାଡ୍‌ କାର୍ଯ୍ୟ କରିପାରିବେ ନାହିଁ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ କରାଇବା ନିମନ୍ତେ ଏଏଆଇ, ବିସିଏଏସ୍‌ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିବା ସିଆଇଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।
ଏଏଆଇର ମିଳିତ ଆନୁକୂଲ୍ୟରେ ଘରୋଇ କମ୍ପାନୀ ଦ୍ୱାରା ପରିଚଳିତ ବିମାନବନ୍ଦରଗୁଡିକ ମଧ୍ୟରେ ବେଙ୍ଗାଲୁରୁସ୍ଥିତ କେମ୍ପେଗୋୱଡା ଅନ୍ତର୍ଜାତୀୟ ବିମାନବନ୍ଦର ଏକମାତ୍ର ବିମାନବନ୍ଦର ଯେଉଁଠାରେ ଏହି ୨୮ଟି ଅତ୍ୟାବଶ୍ୟକ ବ୍ୟବସ୍ଥା ମଧ୍ୟରୁ ୨୪ଟି ଉପଲବ୍ଧ।

Leave A Reply