www.samajalive.in
Sunday, December 7, 2025
23.1 C
Bhubaneswar

ଫେବୃୟାରୀ ୧ରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଗତବର୍ଷ ସାରା ଦେଶରେ ଲକଡାଉନ ଲାଗୁ ହେବା ସାଙ୍ଗକୁ ସତର୍କତା  ଦୃଷ୍ଟିରୁ ଦେଶବ୍ୟାପୀ ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶାବଳୀ ଜାରି କରାଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ କିଛି ରାଜ୍ୟର ସରକାର ସିନେମା ହଲ୍‌ ଖୋଲିବା ଉପରେ ଥିବା କଟକଣାକୁ କୋହଳ କରିଥିଲେ। କିନ୍ତୁ ଆସନ୍ତା ଫେବୃୟାରୀ ୧ ତାରିଖରୁ ସାରା ଦେଶରେ ସମ୍ପୂର୍ଣ୍ଣ ଭାବେ ସିନେମା ହଲ୍‌ ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇ କହିଛନ୍ତି ଯେ, ଫେବୃୟାରୀ ୧ ତାରିଖରୁ ଦେଶରେ ପ୍ରେକ୍ଷାଳୟଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଉଛି। କୋଭିଡ୍ ୧୯ ସହିତ ଜଡିତ ସମସ୍ତ ନିର୍ଦ୍ଦେଶାବଳୀ ସିନେମା ହଲରେ ପାଳନ କରାଯିବ। ସରକାର ଅନଲାଇନରେ ଟିକଟ ବୁକିଂକୁ ଅଧିକ ଉତ୍ସାହିତ କରୁଛନ୍ତି। ଦୁଇଟି ଶୋ ମଧ୍ୟରେ କିଛି ସମୟର ବ୍ୟବଧାନ ରଖାଯିବ, ଫଳରେ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ

- Advertisement -

ସେ ଆହୁରି କହିଛନ୍ତି ଯେ, ଓଟିଟିରେ ଚାଲୁତିବା କିଛି ସିରିଏଲ ବିଷୟରେ ଅନେକ ଅଭିଯୋଗ ଆସିଛ। ଏହାକୁ ଗ୍ରହଣ କରାଯାଇଛି। ଓଟିଟିର ଚଳଚ୍ଚିତ୍ର, କାର୍ଯ୍ୟକ୍ରମ ଡିଜିଟାଲ ଖବରକାଗଜ, ପ୍ରେସ କାଉନସିଲ, କେବୁଲ ଟେଲିଭିଜନ, ସେନ୍‌ସର ବୋର୍ଡର ନିୟମ ଉପରେ ପ୍ରଯୁର୍ଯ୍ୟ ନୁହେଁ। ଶୀଘ୍ର ସେମାନଙ୍କ କାର୍ଯ୍ୟ ପାଇଁ ଏକ ସୁଗମ ବ୍ୟବସ୍ଥା ଘୋଷଣା କରାଯିବ।

ନିକଟରେ ଗୃହ ମନ୍ତ୍ରଣାଳୟ ସାମାଜିକ ଦୂରତା ସହିତ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିଲା। ଯାହା ଅଧୀନରେ ଦୁଇ ଦର୍ଶକଙ୍କ ମଧ୍ୟରେ ଏକ ଚେୟାର ଖାଲି ରଖିବାକୁ ନିର୍ଦେଶ ରହିଥିଲା। ସିନେମା ହଲ୍ ପୂର୍ଣ୍ଣ ଭାବରେ ଖୋଲି ନ ଥିବାରୁ ଚଳଚ୍ଚିତ୍ର ନିର୍ମାତାମାନେ ଫିଲ୍ମ ରିଲିଜ୍ କରିବାକୁ ଆଗ୍ରହୀ ନ ଥିଲେ। ଯେଉଁଥିପାଇଁ ସିନେମା ଅପରେଟରମାନେ କ୍ଷତି ସହୁଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories