www.samajalive.in
Tuesday, December 9, 2025
15.1 C
Bhubaneswar

ଖ୍ରୀଷ୍ଟମାସ୍ ଡେ ଷ୍ଟୋରୀ; ଆଭାବୀଙ୍କୁ ସାହାଯ୍ୟ କରିବା ପ୍ରତିଟି ବ୍ୟକ୍ତିର କର୍ତ୍ତବ୍ୟ

ଖ୍ରୀଷ୍ଟମାସ୍ ଡେ କୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ସାରା ବିଶ୍ବରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଆସନ୍ତା କାଲି ହେଉଛି ଡିସେମ୍ବର ୨୪ ତାରିଖ ବଡଦିନର ପୂର୍ବ ଦିନ ଅର୍ଥାତ୍ ଖ୍ରୀଷ୍ଟମାସ ଇଭ୍ । ଡିସେମ୍ବର ୨୪ ତାରିଖ ରାତି ୧୨ଟାରେ ଯିଶୁ ଧରାପୃଷ୍ଠରେ ଅବତରଣ କରିବେ। ଯିଶୁଙ୍କ ଆଗମନ ଅପେକ୍ଷାରେ ବିଭିନ୍ନ ଚର୍ଚ୍ଚରେ ପ୍ରସ୍ତୁତ ଶେ​‌ଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଯିଶୁଙ୍କ ଜନ୍ମଦିନ ଅବସରରେ ଯିଶୁଙ୍କ ବାଣୀକୁ ନେଇ ଏହି ସ୍ବତନ୍ତ୍ର କାହାଣୀ.….

ଋଷର ଏକ ଛୋଟ ଗ୍ରାମରେ ପାପା ପନୋଭ୍ସ ନାମକ ଜଣେ ବୃଦ୍ଧ ଏକାକୀ ବସବାସ କରୁଥିଲେ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଓ ଝିଅ ନିଜ ପରିବାର ସହ ଦୂରରେ ରହନ୍ତି। ଖ୍ରୀଷ୍ଟମାସ ଡେ ରେ ସେ ନିଜର ଏକ ଛୋଟ ଦୋକାନରେ ଏକାକୀ ଓ ଉଦାସ ବସିଥିଲେ। ଯିଶୁଙ୍କ ଜନ୍ମ ବିଷୟରେ ଜାଣିବା ପାଇଁ ସେ ଇଚ୍ଛା ପ୍ରକାଶ କଲେ ଏବଂ ବାଇବେଲ ପଢିବା ଆରମ୍ଭ କଲେ।
ଦିନେ ସେ ଶୋଇଥିବା ବେଳେ ଏକ ସ୍ବପ୍ନ ଦେଖିଲେ ଯେ ଇଶ୍ବର ତାଙ୍କୁ କହୁଛନ୍ତି, ଯିଶୁ ତାଙ୍କ ଘରକୁ ଆସିବେ ଏବଂ ସେ ତାଙ୍କର ଦର୍ଶନ କରିବେ। କିନ୍ତୁ ଯିଶୁ ନିଜର ପରିଚୟ ଗୋପନ ରଖି ତାଙ୍କ ସାମ୍ନାକୁ ଆସିବେ।
ଆଗାମୀ ଦିନ ଖ୍ରୀଷ୍ଟମାସ ଡେ ଥିଲା। ପାପା ପନୋଭ୍ସ ଶୀଘ୍ର ଉଠି ଯାଇଥିଲେ। କାରଣ ଯିଶୁଙ୍କୁ ଭେଟିବା ପାଇଁ ତାଙ୍କ ମନରେ ଉତ୍ସହ ଭରି ରହିଥିଲା। ହଠାତ୍ ସେ ଦେଖିଲେ ଯେ, ପ୍ରବଳ ଥଣ୍ଡା ସତ୍ତ୍ବେ ଜଣେ ସ୍ବୁଇପର ବା ଝାଡୁଦାରା ରାସ୍ତା ସଫା କରୁଛି। ପାପା ପାନୋଭ୍ସ ତାଙ୍କୁ ଡାକିଲେ। ଏକ ପ୍ଲେଟ୍ କୁକିଜ୍ ସହ ଗରମ କଫି ପିଇବାକୁ ଦେଲେ। ଏହା ପରେ ଜଣେ ଶିଶୁ ନିଜ ମା’ ସହ ଉଦାସ ଥିବା ଦେଖିବାକୁ ପାଇଲେ। ସଙ୍ଗେସଙ୍ଗେ ପାପା ପନୋଭ୍ସ ଉଭୟଙ୍କୁ ଡାକି ମଧ୍ୟାହ୍ନ ଭୋଜନର ଆୟୋଜନ କଲେ। ଏହା ସହ ଶିଶୁଟିକୁ ହଳେ ଯୋତା ଦେଲେ।
ଏହିପରି ଭାବରେ ପାପା ପାନୋଭ୍ସଙ୍କ ଦିନ ବିତି ଚାଲିଲା କିନ୍ତୁ ଯିଶୁଙ୍କ କୌଣସି ଖୋଜ୍ ଖବର ମିଳିନାହିଁ। ତଥାପି ପାପା ପନୋଭ୍ସ ତାଙ୍କୁ ଅପେକ୍ଷା କରିଥାନ୍ତି। ଏମିତି ଅନେକ ଭିକାରୀ ଆସିଲେ ଓ ଚାଲିଗଲେ। ପାପା ପାନୋଭ୍ସ ତାଙ୍କୁ ସାହାଯ୍ୟ କରିବା ସହ ଖାଇବାକୁ ମଧ୍ୟ ଦେଲେ। ଶେଷରେ ରାତି ହୋଇଗଲା ପାପା ପାନୋଭ୍ସ ଘରକୁ ଫେରିଗଲେ। ଯିଶୁଙ୍କୁ ଭେଟି ନପାରିବାରୁ ସେ ବହୁତ ନିରାଶ ଥିଲେ। ଏହି ସମୟରେ ହଠାତ୍ ଦୈବବାଣୀ ଶୁଭିଲା। ମୁଁ ତୁମକୁ ଭେଟିବାକୁ ଆସିଥିଲି ବୋଲି ଯିଶୁ କହିଲେ। ଏହା ଶୁଣି ପାପା ପାନୋଭ୍ସ ଆତ୍ମହରା ହୋଇଗଲେ। ପ୍ରକୃତରେ ଯିଶୁ ସେହି ସମସ୍ତ ବ୍ୟକ୍ତିଙ୍କ ରୂପରେ ଆସିଥିଲେ ଯେଉଁମାନଙ୍କୁ ପାପା ପାନୋଭ୍ସ ସାହାଯ୍ୟ କରିଥିଲେ।
କାହାଣୀରୁ କ’ଣ ଶିକ୍ଷା ମିଳିଲା
ଏହି କାହାଣୀରୁ ଏହା ଶିକ୍ଷାଲାଭ ହେଲା ଯେ, ଆଭାବୀ ଲୋକଙ୍କୁ ସାହାଯ୍ୟ କରିବା ପ୍ରତିଟି ବ୍ୟକ୍ତିର କର୍ତ୍ତବ୍ୟ। ମାନବ ଜାତିର ସେବା କରିବା ଜୀବନର ସବୁଠୁ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ। ଏହି ସେବା ଦ୍ବାରା ଇଶ୍ବର ପ୍ରାପ୍ତି ହୋଇଥାଏ।
courtesy: supportmeindia                                                 ଆଲେଖ୍ୟ : ବୈଜୟନ୍ତି ନାୟକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories