www.samajalive.in
Saturday, December 13, 2025
23.1 C
Bhubaneswar

ଚୋରି ସାମଗ୍ରୀ ସହିତ ୬ ଚୋର ଗିରଫ

ଚୌଦ୍ୱାର: ଘରେ ପଶି ବିଭିନ୍ନ ସାମଗ୍ରୀ ଚୋରି କରୁଥିବା ୬ଜଣ ଚୋରଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବହୁ ମାତ୍ରାରେ ଚୋରି ସାମଗ୍ରୀ ଜବତ କରିଛି  । ଗିରଫ ଅଭିଯୁକ୍ତ ମାନେ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ସାମନ୍ତରାପୁର ଗ୍ରାମର ମୁକେଶ ବସ୍ତିଆ(୨୮), ଅଲେଖ ବସ୍ତିଆ(୨୧), ଗଣେଶ୍ୱର ସାହୁ(୨୬), ଦୁଷ୍ମନ୍ତ ସାହୁ(୧୯), ଅଶୋକ କୁମାର ସାହୁ(୨୭) ଓ ସୌମ୍ୟ ରଞ୍ଜନ ପ୍ରଧାନ(୨୫)  । ସେମାନଙ୍କ ନିକଟରୁ ଗୋଟିଏ ଫ୍ରିଜ୍‌, ଗୋଟିଏ ଏସି , ଗୋଟିଏ ଟିଭି, ଗୋଟିଏ ଷ୍ଟାଣ୍ଡ ଫ୍ୟାନ୍‌ ଓ ଗୋଟିଏ ପାଣିପମ୍ପ ଜବତ କରାଯାଇଛି  ।

ପୁଲିସ ସୂଚନା ଅନୁଯାୟୀ ବଡ଼ ସାମନ୍ତରାପୁର ପ୍ରଧାନ ସାହିର ନିରୂପମା ସାହୁ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ ଯେ, ସେ ଓ ତାଙ୍କ ପରିବାର ଲୋକେ ୨୭ ତାରିଖ ରାତିରେ ଘରେ ନଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଘର ତାଲାଭାଙ୍ଗି ଘର ଭିତରେ ପଶି ଗୋଟିଏ ଏଲଜି ରେଫ୍ରିଜେରେଟର ଓ ଗୋଟିଏ ପଂଖା ଚୋରେଇ ନେଇଛନ୍ତି  । ସେହି ରାତିରେ ପ୍ରତାପ ରାଉତ ଓ ମନୋରମା ରାଉତଙ୍କ ଘରୁ ମଧ୍ୟ ଗୋଟିଏ ଟିଭି ଓ ଗୋଟିଏ ପାଣିପମ୍ପ ଚୋରି ହୋଇଥିବା ପୁଲିସକୁ ଖବରମିଳିଥିଲା  । ଏସ୍‌ଆଇ ମାନସ କୁମାର ମହାରଣାଙ୍କ ନେତୃତ୍ୱରେ ପୁଲିସ‌ର ଏକ ଦଳ ବିଭିନ୍ନ ସୁତ୍ରରୁ ଖବର ସଂଗ୍ରହ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଜଣ ଯାକ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ  । ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି  ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories