www.samajalive.in
Sunday, December 14, 2025
26.1 C
Bhubaneswar

ବିଆଇପିଏଫ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଚୌଦ୍ୱାର: ଇମ୍ଫା ଶିଳ୍ପଗୋଷ୍ଠିର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‍ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି। ବାଣୀପଦା କଲ୍ୟାଣ ମଣ୍ଡପ,ମଣ୍ଡାପଡ଼ା କଲ୍ୟାଣ ମଣ୍ଡପ ଓ ବାଗଧରା ଅଙ୍ଗନୱାଡ଼ି କେନ୍ଦ୍ରରେ ପୃଥକ୍‍ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପଗୋଷ୍ଠିର ଉପ ସଭାପତି ଦୀପକ କୁମାର ମହାନ୍ତି, ଇମ୍ଫା ଜିଏମ୍‍ ସୁଧାଂଶୁ ମଣ୍ଡଳ, ଆକ୍ସନ୍‍ ଏଡ଼ର ଜିଲା ସଂଯୋଜକ ନିବେଦିତା ପାଣିଗ୍ରାହୀ, ଆୟୁଷର ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ସ୍ୱାସ୍ଥ୍ୟ, ଅପପୃଷ୍ଟ, ଶିଶୁ ରୋଗର କାରଣ ଓ ସ୍ତନ୍ୟପାନର ଉପଯୋଗିତା ଉପରେ ସ୍ଥାନୀୟ ଗୃହିଣୀ, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶା କର୍ମୀ ଆଦି ମହିଳାମାନଙ୍କୁ ବୁଝାଇଥିଲେ।

ଚଳିତ ବର୍ଷର ସ୍ଲୋଗାନ୍‍ ‘ଶିକ୍ଷା ଓ ସମର୍ଥନ ସହିତ ସ୍ତନ୍ୟପାନ’ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ଅତିଥି ମାନେ ଆଲୋଚନା କରି ପିଲାକୁ ସ୍ତନ୍ୟପାନ କରାଇବାରେ ମା ମାନଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କିତ କୁଇଜ୍‍ ପ୍ରତିଯୋଗିତାରେ ବିଜୟୀ ମହିଳାମାନଙ୍କୁ ପରସ୍କୃତ କରାଯାଇଥିଲା। ଫାଉଣ୍ଡେସନ୍‍ର ଜିଏମ୍‍ ନିଲେନ୍ଦୁ ଚାଟାର୍ଜୀ, ମାନସ ରଞ୍ଜନ ପ୍ରଧାନ, ସୁଭାଶିଷ ତ୍ରିପାଠୀ, ଆଶିଷ ଦାସ, ସୁରେନ୍ଦ୍ର ପ୍ରଧାନ, ଚନ୍ଦ୍ର ଶେଖର ମହାପାତ୍ର, ଶୁଭଶ୍ରୀ ନାୟକ, ସ୍ଥାନୀୟ ବୁଦ୍ଧିଜୀବୀ ଲକ୍ଷ୍ମଣ ରାଉତ ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଲୋକ ସମ୍ପର୍କ ମ୍ୟାନେଜର ଧ୍ରୁବ ଚରଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories