www.samajalive.in
Sunday, December 14, 2025
14.1 C
Bhubaneswar

ନିର୍ମାଣାଧୀନ ବିଜୁ ସେତୁ ପରିଦର୍ଶନ କଲେ ଜିଲ୍ଲାପାଳ, ଯନ୍ତ୍ରୀଙ୍କ ଉପରେ ଖପ୍ପା

ରେଙ୍ଗାଲିକ୍ୟାମ୍ପ: ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଅତାବିରା ବ୍ଲକରେ ତିନୋଟି ସ୍ଥାନରେ ନିର୍ମାଣ ଚାଲିଛି ବିଜୁ ସେତୁ। ତନ୍ମଧ୍ୟରୁ ଦୁଇ କୋଟି ଅଣlଅଶି ଲକ୍ଷ ବ୍ୟୟ ଅଟକଳରେ ଭାଲୁପତ୍ରା ଠାରେ ନିର୍ମିତ ବିଜୁ ସେତୁ ପରିଦର୍ଶନ କରି ଜିଲ୍ଲାପାଳ ଶ୍ରୀମତୀ ମୋନିସା ବାନାର୍ଜୀ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କାମ ଶେଷ କରିବା ପାଇଁ କହିଥିଲେ ଏବଂ ଯନ୍ତ୍ରୀ ଦେବଦତ୍ତ ସାହୁ ମଧ୍ୟ ଏହି ସମୟ ଅବଧିରେ କାମ ଶେଷ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ଉକ୍ତ ସେତୁ ଠାରୁ ଦୁଇ ମାତ୍ର ଦୁଇ କିମି ପଞ୍ଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଆପ୍ରୋଚ ରୋଡ ଭାବରେ ନିର୍ମାଣ ପାଇଁ ଦିଆଯାଏ ତେବେ ଚାରି ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ଉପକୃତ ହୋଇ ପାରିବେ ବୋଲି ଯନ୍ତ୍ରୀ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଏହା ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବା ବୋଲି ଜିଲ୍ଲାପାଳ କହିଥିଲେ। କିନ୍ତୁ ସେତୁ କାମକୁ ଠିକ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ବୈମାନ ଟିକ୍ରା ବିଜୁ ସେତୁ ପରିଦର୍ଶନ କରିଥିଲେ। ଏହି ସେତୁ କାମ ତ୍ୱରାନ୍ୱିତ ହେଉ ନଥିବା ଦେଖି ସେ ଯନ୍ତ୍ରୀଙ୍କ ଉପରେ ବିଗିଡିଥିଲେ। ଦୁଇ କୋଟି ବାଇଶି ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ଚାଲିଛି ଏହି କାମ। କିନ୍ତୁ ବର୍ଷା ହେଉନଥିବା ସତ୍ତ୍ଵେ, ନିର୍ମାଣ କାମକୁ ନେଇ ଜନସାଧାରଣଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିବା ସତ୍ତ୍ଵେ ମଧ୍ୟ କାମ ବନ୍ଦ ହୋଇ ପଡ଼ିବାର କାରଣ ସେ ପଚାରିଥିଲେ ସଂପୃକ୍ତ ଯନ୍ତ୍ରୀଙ୍କୁ। ଏହି ଯନ୍ତ୍ରୀଙ୍କ ଅଧୀନରେ ଚାଲୁଥିବା ପଲସା ପାଲି ବିଜୁ ସେତୁକୁ ମଧ୍ୟ ଯାଇ କାମ ତଦାରଖ କରିଥିଲେ। କିନ୍ତୁ ସେଠାରେ ମଧ୍ୟ କାମ ଠିକ୍ ଭାବରେ ଚାଲୁ ନଥିବା ନେଇ ସେ ଯନ୍ତ୍ରୀଙ୍କୁ କହିଥିଲେ। ପ୍ରକାଶ ଥାଉ କି କାମ ଚାଲିବା ଦିନରୁ କେବେ ହେଲେ ଏହି ଯନ୍ତ୍ରୀଙ୍କୁ କେହି ଦେଖି ନଥିଲେ। କାମ କେମିତି ଚାଲୁଛି କଣ୍ ହେଉଛି କେବେ ପଚାରି ବୁଝିବା କେହି ଦେଖି ନାହାନ୍ତି। କିନ୍ତୁ ଆଜି ଜିଲ୍ଲାପାଳଙ୍କ ପରିଦର୍ଶନ ଖବର ପାଇ ସେ ଆଜି ଉପସ୍ଥିତ ଥିଲେ। ତେବେ ବିଜୁ ସେତୁ ନିର୍ମାଣରେ ଯନ୍ତ୍ରୀଙ୍କର ଏହିଭଳି ମନୋବୃତ୍ତି ନିର୍ମାଣ କାର୍ଯ୍ୟରେ ପ୍ରଭାବ ପକାଉଛି। ବଇମାନଟିକ୍ରାର ସେତୁ ନିର୍ମାଣ ଅନ୍ୟ ସମସ୍ତ ତୁଳନାରେ ଅତି ନିମ୍ନମାନର ହୋଇଥିବା ଜନ ସାଧାରଣରେ ଚର୍ଚ୍ଚା ହେବା ସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା। ଜିଲ୍ଲାପାଳ ଆଜି ଏହି ଯନ୍ତ୍ରୀଙ୍କ କାମରେ ମୋଟେ ସନ୍ତୁଷ୍ଟ ହୋଇ ନଥିଲେ।ଶୀଘ୍ର କାମ ସମାପ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories