www.samajalive.in
Sunday, December 14, 2025
14.1 C
Bhubaneswar

୧୩ ଦିନରେ ପହଞ୍ଚିଲା ଇଣ୍ଡିଆନ୍‍ ବ୍ୟାଙ୍କ ସ୍ଥାନାନ୍ତର ବିରୋଧି ଧାରଣା

ଚୌଦ୍ୱାର: ସ୍ଥାନୀୟ ବନ୍ଦ ଓଟିଏମ୍‍ ଗେଟ ନିକଟରେ ଥିବା ଆଲ୍ଲାହାବାଦ୍‍ ବ୍ୟାଙ୍କ ଶାଖାକୁ ଇଣ୍ଡିଆନ୍‍ ବ୍ୟାଙ୍କର କଳିଙ୍ଗଛକସ୍ଥିତ ଶାଖାରେ ବିଲୀନ କରାଯାଇ ଏହାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଚାଲିଥିବା ଆଲ୍ଲାହାବାଦ ବ୍ୟାଙ୍କ ଗ୍ରାହକମାନଙ୍କ ଧାରଣା ୧୩ ଦିନରେ ପହଞ୍ଚିଛି। ଉକ୍ତ ବ୍ୟାଙ୍କରେ ଆକାଉଣ୍ଟ ଥିବା ସ୍ଥାନୀୟ ବହୁ ସ୍ୱୟଂ ସହାୟିକା ଗୋଷ୍ଠିର ୩୦୦ରୁ ଉର୍ଦ୍ଧ ମହିଳା, ପେନ୍‍ସନ ଉପଭୋକ୍ତା ବୁଢ଼ାବୁଢ଼ି ତଥା ସ୍ଥାନୀୟ ବାସିନ୍ଦା ମାନେ ପ୍ରତିଦିନ ପାଳିକରି ଧାରଣାରେ ବସୁଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାପାଇଁ ଧାରଣାକାରୀମାନଙ୍କ ତରଫରୁ ଇଣ୍ଡିଆନ୍‍ ବ୍ୟାଙ୍କର ଚେନ୍ନାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓ ଭୁବନେଶ୍ୱରସ୍ଥିତ ଯୋନାଲ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

ବ୍ୟାଙ୍କର ରାଜ୍ୟ ମୁଖ୍ୟ ଅଧିକାରୀଙ୍କ ନେତୃତ୍ୱରେ ବ୍ୟାଙ୍କର ଏକ ଅନୁସଂଧାନକାରୀ ଟିମ୍‍ ଗତ ୧୭ ତାରିଖଦିନ ଧାରଣା ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବ୍ୟାଙ୍କର ଶାଖା ପରିଚାଳକଙ୍କ ସହିତ ଆଲୋଚନା କରି ଫେରି ଯାଇଥିଲେ ହେଁ ଏଯାବତ୍‍ କୌଣସି ନିର୍ଦ୍ଦେଶାବଳୀ ଆସି ନଥିବା ଧାରଣାକାରୀମାନେ ଅଭିଯୋଗ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଧାରଣା ଓ ଆନ୍ଦାଳନ ଜାରୀ ରହିବ ବୋଲି ଦୀପକ କୁମାର ବାରିକ, ବିଭୁ ପ୍ରସାଦ ରଥ, ଦୁଲାଳସେନ ସ୍ୱାଇଁ, ସରୋଜ ନାୟକ, ନବ ଭୁୟାଁ, କୃଷ୍ଣଚନ୍ଦ୍ର ପରିଡ଼ା, ସୁବାସ ଚନ୍ଦ୍ର ନାୟକ, ବ୍ରଜ ସେଠୀ, ସରସ୍ୱତୀ ସାହୁ, ରଶ୍ମିତା ପାଟଶାଣୀ, ଲକ୍ଷ୍ମୀ ବେହେରା ପ୍ରମୁଖ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories