www.samajalive.in
Monday, December 15, 2025
16.1 C
Bhubaneswar

ଚୌଦ୍ୱାରରେ ଆବାସ ଯୋଜନାର ଜନ ଶୁଣାଣି

ଚୌଦ୍ୱାର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହିତାଧିକାରୀ ମାନଙ୍କ ସମସ୍ୟାର ସମାଧାନ ଦିଗରେ ଏକ ସାମାଜିକ ସୁରକ୍ଷା ଓ ଜନ ଶୁଣାଣି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର ବଡବଜାର ସ୍ଥିତ ସତ୍ୟନାରାୟଣ ପୂଜାମଣ୍ଡପରେ ପୌର ନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଆଇଟିସି ସଭ୍ୟ ଅମରକାନ୍ତ ପାଇକରାୟ, ଗୋଷ୍ଠୀ ସଂଯୋଜିକା ବାସନ୍ତୀ ସାହୁ, ବିଶେଷଜ୍ଞ ପ୍ରେମାନନ୍ଦ ବେହେରା, ସମୀର କୁମାର ପରିଜା, ସହରାଞ୍ଚଳ ଗୃହ ମିଶନ ବିଶେଷଜ୍ଞା ଅନ୍ୱିଷିକା ଦାସ, ଦୀପିନା ଭୌମିକ୍ ପ୍ରମୁଖ ଯୋଗଦେଇ ୨୦୧୯-୨୦ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦ୍ଧତି ଏବଂ ମାନଦଣ୍ଡ ଉପରେ ସୂଚନା ପ୍ରଦାନ କରିଥିଲେ । ଯୋଜନା କାର୍ଯ୍ୟକାରିତାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ସେମାନଙ୍କ ଅଭିଯୋଗ ସବୁ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସ୍ଥାନୀୟ କାଉନସିଲର ସୁଜାତା ସାହୁ, ଅଜୟ କୁମାର ବେହେରାଙ୍କ ସମେତ ସମସ୍ତ କାଉନସିଲର, ପୌର କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଶେଷଜ୍ଞ ସତ୍ୟ ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories