www.samajalive.in
Monday, December 15, 2025
17.1 C
Bhubaneswar

ଦୁର୍ଘଟଣାରେ ଭଉଣୀ ମୃତ, ଭାଇ ଗୁରୁତର

ଚୌଦ୍ୱାର : ଚୌଦ୍ୱାର ନିକଟ ୫୫ନଂ ଜାତୀୟ ରାଜପଥ ଧୂମାବତୀ ଛକରେ ବୁଧବାର ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚୌଦ୍ୱାର ନିକଟ ଗୌସନଗରର ପ୍ରିୟଙ୍କା ସ୍ୱାଇଁ(୪୫)। ସୂଚନାରୁ ପ୍ରକାଶଯେ ପ୍ରିୟଙ୍କାଙ୍କ ଭାଇ ଚଣ୍ଡିଖୋଲ ଅଂଚଳର ନାରଣ ମାଝୀ ଅଷ୍ଟମୀ ଉପଲକ୍ଷେ ଭଉଣୀ ଘରକୁ ଆସିଥିଲେ। ସଂନ୍ଧ୍ୟା ପ୍ରାୟ ୫ଟା ବେଳେ ନାରଣ ଓ ପ୍ରିୟଙ୍କା ଏକ ବାଇକରେ ଘରକୁ ଫେରୁଥିବା ବେଳେ ଧୁମାବତୀ ଛକରେ ପଛରୁ ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଉଭୟ ବାଇକରୁ ଖସି ପଡିଥିଲେ। ଫଳରେ ଟ୍ରକର ପଛ ଚକା ପ୍ରିୟଙ୍କାଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ବେଳେ ନାରଣ ଗୁରୁତର ଆହତ ହୋଇଥିଲେ। ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନା ପଠାଇବା ସହିତ ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଉତ୍ତୋଜନା ଦେଖା ଦେଇଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଭାରିଯାନ ଚଳାଚଳ ଉପରେ କୌଣସି ଅଂକୁଶ ଲଗାଉନଥିବା ହେତୁ ଚୌଦ୍ୱାର ଭିତରେ ରାଜରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ତୁରନ୍ତ ପ୍ରଶାସନ ଚୌଦ୍ୱାର ସହରର ବିଭିନ୍ନ ଛକ ଯାଗା ମାନଙ୍କରେ ଭାରିଯାନ ଚଳାଚଳକୁ ନିୟନ୍ତ୍ରଣ କରିବାକୁ ଲୋକେ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories