www.samajalive.in
Friday, December 5, 2025
20.1 C
Bhubaneswar

କ୍ୟାଣ୍ଟିନ ମ୍ୟାନେଜର ଚାକିରି ପାଇଁ ଯୋଗ୍ୟତା ପିଏଚ୍‌ଡି

ପିଏଚ୍‌ଡି ଡିଗ୍ରୀଧାରୀ ବ୍ୟକ୍ତି ବହୁତ ଉଚ୍ଚଶିକ୍ଷିତ ଭାବେ ପରିଗଣିତ ହୁଅନ୍ତି। ପିଏଚ୍‌ଡି ଡିଗ୍ରୀଧାରୀ ଅଧ୍ୟାପନା ଠାରୁ ଆରମ୍ଭ କରି ବିଭିନ୍ନ ଗବେଷଣା କରିଥାନ୍ତି। ତେବେ ଚୀନ୍‌ର ଏକ ବିଶ୍ବବିଦ୍ୟାଳୟରେ କ୍ୟାଣ୍ଟିନ ମ୍ୟାନେଜର ଚାକିରି ପାଇଁ ଆବେଦନକାରୀଙ୍କ ଯୋଗ୍ୟତା ପିଏଚ୍‌ଡି ରଖାଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଚୀନ୍‌ର ନାନଜିଙ୍ଗସ୍ଥିତ ଏକ ଖ୍ୟାତନାମା ବିଶ୍ବବିଦ୍ୟାଳୟର କ୍ୟାଣ୍ଟିନ ମ୍ୟାନେଜର ଚାକିରି ପାଇଁ କିଛିଦିନ ତଳେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। କ୍ୟାଣ୍ଟିନ ମ୍ୟାନେଜର ଭାବେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରସ୍ତୁତି ତଦାରଖ, କର୍ମଚାରୀଙ୍କ ପରିଚାଳନା ସହ ଦୈନନ୍ଦିନ ଅଫିସ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।

ତେବେ ଏହି ଚାକିରି ପାଇଁ ପିଏଚ୍‌ଡି ଡିଗ୍ରୀଧାରୀ ଆବେଦନ କରିପାରିବେ ବୋଲି ଦର୍ଶାଯାଇଛି। ପୂର୍ବରୁ ଯେଉଁମାନେ କ୍ୟାଣ୍ଟିନ ମ୍ୟାନେଜର ଭାବେ କାର୍ଯ୍ୟ କରିଥିବେ ଏବଂ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିବେ ସେମାନଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। କ୍ୟାଣ୍ଟିନ ମ୍ୟାନେଜର ପଦ ନିମନ୍ତେ ଆବେଦନକାରୀ ପିଏଚ୍‌ଡି ଡିଗ୍ରୀଧାରୀ ହୋଇଥିବା ବିଜ୍ଞାପନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଚୀନ୍‌ର ଏକ ସଂସ୍ଥା ତରଫରୁ କରାଯାଇଥିବା ସର୍ଭେ ଅନୁଯାୟୀ ଏହି ଦେଶରେ ଅଧିକ ଶିକ୍ଷିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଚାକିରି ସଂଖ୍ୟା କମୁଥିବାରୁ ପୂର୍ବରୁ ଯେଉଁ ଚାକିରି ପାଇଁ ଅଳ୍ପ ଶିକ୍ଷିତ ବ୍ୟକ୍ତି ଆବେଦନ କରିପାରୁଥିଲେ ବର୍ତ୍ତମାନ ସେହି ଚାକିରି ପାଇଁ ଉଚ୍ଚଶିକ୍ଷିତ ବ୍ୟକ୍ତି ଆବେଦନ କରିବାକୁ କୁହାଯାଉଛି। ତେଣୁ କ୍ୟାଣ୍ଟିନ ମ୍ୟାନେଜର ପଦ ପାଇଁ ଆବେଦନକାରୀଙ୍କ ଯୋଗ୍ୟତା ପିଏଚ୍‌ଡି ଡିଗ୍ରୀ ରଖା ଯାଇଥିବା ଆଲୋଚନା ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories