www.samajalive.in
Friday, December 5, 2025
27.1 C
Bhubaneswar

ଆଜିଠୁ ରାମ ଦରବାର ପ୍ରାଣ ପ୍ରତିଷ୍ଠା, ଅଯୋଧ୍ୟାରେ ୧୦୧ ବୈଦିକ ଆଚାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ଟି ମନ୍ଦିରର ଚାଲିଛି ପ୍ରାଣ ପ୍ରତିଷ୍ଠା ଉତ୍ସବ । ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଭବ୍ୟ ସମାରୋହ । ନିର୍ଦ୍ଧାରିତ ସମୟରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥିରେ ୧୦୧ ବୈଦିକ ଆଚାର୍ଯ୍ୟ ସାମିଲ ହୋଇ ପୂଜାର୍ଚ୍ଚନା କରୁଛନ୍ତି । ଅଯୋଧ୍ୟା, କାଶୀ, ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥାନରୁ ଆସିଛନ୍ତି ବୈଦିକ ଆଚାର୍ଯ୍ୟ । ସମାରୋହ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏକ କଳାଶ ଯାତ୍ରା ବାହାର କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାମ ମନ୍ଦିରକୁ କନ୍ୟା ପରି ସଜାଯାଇଛି । ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ସକାଳ୬ଟା ୩୦ମିନିଟରୁ ପୂଜାପାଠ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ୩୦ମିନିଟ ପର୍ଯ୍ୟନ୍ତ ଚାଲିବ । ପ୍ରସିଦ୍ଧ ପଣ୍ଡିତ ଜୟପ୍ରକାଶଙ୍କ ନେତୃତ୍ୱରେ ୧୦୧ଜଣ ବୈଦିକ ଆଚାର୍ଯ୍ୟ ଏହି ପୂଜାର୍ଚ୍ଚନା କରୁଛନ୍ତି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories