www.samajalive.in
Friday, December 5, 2025
26.1 C
Bhubaneswar

ଭାରତରେ ରହି ଆଇଏସଆଇକୁ ତଥ୍ୟ ଦେଉଥିଲା ପାକ୍‌ ଗୁପ୍ତଚର, ବାନ୍ଧିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରୁ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛି ତାର୍ନତରନ ପୁଲିସ। ତା’ର ନାଁ ଗଗନଦୀପ ସିଂହ ଓରଫ ଗଗନ। ଅପରେସନ ‘ସିନ୍ଦୂର’ ସମୟରେ ଗଗନ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)କୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା। ଏହା ସହିତ ସେ ପାକିସ୍ତାନର ଖଲିସ୍ତାନୀ ଆତଙ୍କୀ ଗୋପାଳ ସିଂହ ଚାଓଲା ସହିତ ମିଶି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଗୋପାଳ ଆଇଏସଆଇ ନିର୍ଦେଶରେ କାର୍ଯ୍ୟ କରିଆସୁଛି।

ପଞ୍ଜାବ ଡିଜିପି ଗୌରବ ଯାଦବ ମଙ୍ଗଳବାର କହିଛନ୍ତି ଯେ, ପଞ୍ଜାବର କାଉଣ୍ଟର ଇଣ୍ଟେଲିଜେନ୍ସ ଏବଂ ତାର୍ନତରନ ପୁଲିସର ମିଳିତ ଅପରେସନରେ ଗଗନକୁ ଗିରଫ କରାଯାଇଛି। ଗୋପାଳ ସହିତ ଗଗନର ସମ୍ପର୍କ ସ୍ପଷ୍ଟ ହୋଇଛି। ଗଗନ ଗୋପାଳ ଜରିଆରେ ଆଇଏସଆଇକୁ ଭାରତ ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେଇଥିଲା। ସୂଚନାଯୋଗ୍ୟ, ଅପରେସନ ‘ସିନ୍ଦୂର’ ପରେ ପଞ୍ଜାବ ଏବଂ ହରିୟାଣାରୁ ୧୫ରୁ ଅଧିକ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଭାରତରେ ରହି ଆଇଏସଆଇ ନିର୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories