www.samajalive.in
Monday, December 8, 2025
16.1 C
Bhubaneswar

ମଙ୍ଗଳରେ ପହଞ୍ଚିଲା ଚୀନ

ବେଜିଂ: ଚୀନର ମଙ୍ଗଳ ଅଭିଯାନ ସଫଳ ହୋଇଛି। ଚୀନ ଦ୍ବାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ରୋଭର ‘ଜୁରୋଙ୍ଗ’ ଶନିବାର ଲୋହିତ ଗ୍ରହର ଭୂଭାଗରେ ଅବତରଣ କରିଛି। ୭ ମାସର ମହାକାଶ ଯାତ୍ରା, ତିନି ମାସ ଧରି କକ୍ଷପଥରେ ପରିକ୍ରମଣ ଏବଂ ଅନ୍ତିମ ୭ ମିନିଟର କଠିନ ସମୟକୁ ଅତିକ୍ରମ କରି ଶେଷରେ ଜୁରୋଙ୍ଗ ଶନିବାର ସକାଳେ ମଙ୍ଗଳ ପୃଷ୍ଠରେ ଓହ୍ଲାଇଛି। ଏହା ଚୀନର ପ୍ରଥମ ରୋଭର। ଚୀନ ଏହି ଅଭିଯାନ ଜରିଆରେ ମଙ୍ଗଳ ଗ୍ରହ ବିଷୟରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବାର ସମ୍ଭାବନା ରହିଙଛି।

ଚୀନର ଜାତୀୟ ମହାକାଶ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଜୁଲାଇ ୨୩ରେ ଚୀନର ମଙ୍ଗଳଯାନ ତୀୟାନଭେନ-୧କୁ ଉତ୍‌କ୍ଷେପଣ କରାଯାଇଥିଲା। ଯେଉଁଥିରେ ଗୋଟିଏ ଅର୍ବିଟର, ଏକ ଲ୍ୟାଣ୍ଡର ଏବଂ ଏକ ରୋଭର ଜୁରୋଙ୍ଗ ସାମିଲ ଥିଲା। ତୀୟାନଭେନ-୧ ପାଖାପାଖି ଫେବୃୟାରୀ ୧୦ରେ ମଙ୍ଗଳ କକ୍ଷପଥରେ ପ୍ରବେଶ କରିଥିଲା।

- Advertisement -

ଚୀନ ନିଜର ରୋଭର ନାମ ଜୁରୋଙ୍ଗ ରଖିବା ପଛରେ ମଧ୍ୟ ବିଶେଷ କାରଣ ରହିଛି। କାରଣ ଚୀନରେ ଅଗ୍ନି ଦେବତାଙ୍କ ନାମ ହେଉଛି ଜୁରୋଙ୍ଗ। ସେଥିଲାଗି ରୋଭର ନାମକରଣ ଏପରି ହୋଇଛି। ଏହାର ୬ଟି ଚକ ରହିଛି। ଏହା ମଙ୍ଗଳର ୟୁଟୋପିୟା ପ୍ଲେନେଶିୟା ସମତମ ଭୂମିରେ ପହଞ୍ଚିଛି, ଯାହା ମଙ୍ଗଳର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଚୀନ ଏହି ରୋଭରରେ ଏକ ପ୍ରୋଟେକ୍ଟିଭ କ୍ୟାପସୁଲ, ଏକ ପାରାଶୁଟ ଏବଂ ରକେଟ୍‌ ପ୍ଲେଫାର୍ମ ବ୍ୟବହାର କରିଛି।

ସୂଚନାଯୋଗ୍ୟ, ଚୀନ ପୂର୍ବରୁ ଆମେରିକା, ରୁଷ, ୟୁରୋପୀୟ ସଂଘ ଏବଂ ଭାରତ ମଙ୍ଗଳ ଗ୍ରହକୁ ନିଜର ମହାକାଶ ଯାନକୁ ପଠାଇ ସାରିଛନ୍ତି। ଭାରତ ଏସିଆର ପ୍ରଥମ ଦେଶ, ଯିଏକି ପ୍ରଥମ ପ୍ରୟାସରେ ୨୦୧୪ରେ ସଫଳତାର ସହିତ ମହକାଶ ଯାନ ମଙ୍ଗଳୟାନକୁ ଅବତରଣ କରାଇଥିଲା। ସେବେଠାରୁ ମଙ୍ଗଳୟାନ ଭାରତକୁ ବହୁ ଗୁରୁତ୍ଵପୂର୍ଣ୍ଣ ଥ୍ୟ ଏବଂ ଫଟୋ ପଠାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories