www.samajalive.in
Saturday, December 6, 2025
16.1 C
Bhubaneswar

ଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

ବେଜିଂ: ଚୀନ ସରକାର ଦେଶରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ସୈନ୍ୟବାହିନୀ ସହାୟତାରେ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଦେଶର ସରକାର ଏହି ନୂଆ ଆଇନରେ ସୈନ୍ୟବାହିନୀ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନିଷେଧ କରିଛନ୍ତି। ଭାରତ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଦେଶରେ ଯବାନମାନଙ୍କ ବିରୁଦ୍ଧରେ ଅନେକ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏଭଳି ଆଇନ ପ୍ରଣୟନ କରାଯାଇଛି। ଆଇନରେ ଉଲ୍ଲେଖ ରହିଛି ଯେ କିଛି ସଂଗଠନ ଅଥବା ବ୍ୟକ୍ତିବିଶେଷ କିଛି ବି ଉପାୟରେ ସୈନ୍ୟବାହିନୀ ଯବାନ ଓ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଅଶାଳୀନ ଅଥବା ଆପତ୍ତିଜନକ ମନ୍ତବ୍ୟ ଦେଇପାରିବେ ନାହିଁ। କେହି ସୈନ୍ୟବାହିନୀର ସଦସ୍ୟଙ୍କ ଖ୍ୟାତିରେ ଆଞ୍ଚ ଆସିବା ଭଳି ବା ସେମାନଙ୍କୁ ଅପମାନିତ କଲାଭଳି କିଛି କହିପାରିବେ ନାହିଁ ବୋଲି ଦେଶର ସରକାରୀ ପରିଚାଳିତ ଖବର ସରବରାହ ସଂସ୍ଥା ଜିନହୁଆ କହିଛି। ଏହି ନୂଆ ଆଇନକୁ ନ୍ୟାସନା ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ମୋହର ମାରିଛି।

ସୂଚନାଯୋଗ୍ୟ ଯେ ନିକଟରେ ଗତବର୍ଷ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସୈନ୍ୟଙ୍କ ସହିତ ସଂଘର୍ଷରେ ପ୍ରାଣ ହରାଇଥିବା ପିପୁଲ୍ସ ଲିବରେସନ ଆର୍ମିର ସୈନ୍ୟଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିବାରୁ ନିକଟରେ ଚୀନର ଜଣେ ଲୋକପ୍ରିୟ ବ୍ଲଗରଙ୍କୁ ଆଠମାସ ଜେଲ ଦଣ୍ଡାଦେଶ ଦିଆଯାଇଛି। କ୍ୱିୟୁ ଜିମିଙ୍ଗ ନାମକ ଏହି ବ୍ଲଗରଙ୍କର ୨.୫ ନିୟୁତ ଅନୁଗାମୀ ରହିଛନ୍ତି। ତାଙ୍କୁ ପ୍ରମୁଖ ଚୀନ ପୋର୍ଟାଲ ଏବଂ ଜାତୀୟ  ଗଣମାଧ୍ୟମରେ ୧୦ ଦିନ ମଧ୍ୟରେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ମଧ୍ୟ ଆଦେଶ ଦିଆଯାଇଛି। ନୂଆ ଆଇନରେ ଓକିଲମାନଙ୍କୁ କ୍ଷମତା ଦିଆଯାଇ କୁହାଯାଇଛି ଯେ ସେମାନେ ସୈନ୍ୟବାହିନୀ ଯବାନଙ୍କ ସମ୍ମାନହାନି ହେଲାଭଳି ଅଥବା ସେମାନଙ୍କ ନ୍ୟାୟସଂଗତ ଅଧିକାର ଏବଂ ସ୍ୱାର୍ଥ ହାନି ହେଲାଭଳି କିଛି ଲକ୍ଷ୍ୟକଲେ ଜନସ୍ୱାର୍ଥ ମାମଲା ଦାଏର କରିପାରିବେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories