www.samajalive.in
Monday, December 15, 2025
26.1 C
Bhubaneswar

ଚୀନ ଓ ଭାରତ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ କିଏ?

ନୂଆଦିଲ୍ଲୀ: ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ୧୪୫ଟି ଦେଶକୁ ୬୦ଟି ପ୍ରମୁଖ ବିଭାଗର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ୧୪୫ଟି ଦେଶର ସାମରିକ ଶକ୍ତି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ସାମରିକ ଶକ୍ତି ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନ ବଜାୟ ରଖିଥିବା ବେଳେ ଚୀନ୍‌‌ ମଧ୍ୟ ତୃତୀୟ ସ୍ଥାନରେ ରହିଛି।
ଗ୍ଲୋବାଲ ଫାୟାର ପାୱାର ପକ୍ଷରୁ ସାମରିକ ଶକ୍ତି ୨୦୨୪ର ରିପୋର୍ଟ ପ୍ରସ୍ତୁତ କରିବାବେଳେ ଯେଉଁ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା । ‘ଦେଶର ଭୌଗଳିକ ଅବସ୍ଥିତି, ଦେଶର ପ୍ରଯୁକ୍ତିବିଦ୍ୟା, ଦେଶର ବିସ୍ତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଧ୍ୟାନରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏକ ଆଦର୍ଶ ପାୱାର ଇଣ୍ଡେକ୍ସ ହେଉଛି ୦.୦୦୦। ବର୍ତ୍ତମାନ କୌଣସି ଦେଶର ପାୱାର ଇଣ୍ଡେକ୍ସ ୦.୦୦୦ ନାହିଁ। ସୂତ୍ର ଅନୁଯାୟୀ ଯେଉଁ ଦେଶର ସଂଖ୍ୟା କମ୍‌‌, ସେମାନେ ଅଧିକ ଶକ୍ତିଶାଳୀ ବିବେଚିତ ହେବେ। ଏହି ରିପୋର୍ଟ ଅନୁଯାୟୀ ଆମେରିକାର ପାୱାର ଇଣ୍ଡେକ୍ସ ୦.୦୬୯୯ରେ ସର୍ବନିମ୍ନ ଅଟେ। ଯାହା ସ୍ପଷ୍ଟ କରୁଛି ଯେ ଆମେରିକା ବିଶ୍ୱରେ ମଧ୍ୟ ନିଜର ପ୍ରଭାବ ବଜାୟ ରଖିଛି।
ଗ୍ଲୋବାଲ ଫାୟାର ଅନୁଯାୟୀ ରୁଷର ପାୱାର ଇଣ୍ଡେକ୍ସ ହେଉଛି ୦.୦୭୦୨, ଚାଇନାର ପାୱାର ଇଣ୍ଡେକ୍ସ ୦.୦୭୦୬ ଏବଂ ଭାରତର ପାୱାର ଇଣ୍ଡେକ୍ସ ୦.୧୦୨୩। ଏହି ଆଧାରରେ ଚୀନ ପରେ ଭାରତ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ବ୍ୟତୀତ ଦକ୍ଷିଣ କୋରିଆ, ବ୍ରିଟେନ, ଜାପାନ, ତୁର୍କୀ, ପାକିସ୍ତାନ ଏବଂ ଇଟାଲୀ ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦ଟି ସାମରିକ ଶକ୍ତିରେ ଅନ୍ତର୍ଭୁକ୍ତ। ତାଲିକାରେ ଫ୍ରାନ୍ସ ଏକାଦଶ ସ୍ଥାନକୁ ଖସିଆସିଛି। ଏଥି ସହିତ ଦକ୍ଷିଣ କୋରିଆ, ଜାପାନ ଏବଂ ତୁର୍କୀର ସାମରିକ ଶକ୍ତି ବୃଦ୍ଧି ପାଇଥିବାବେଳେ ପାକିସ୍ତାନର ସାମରିକ ଶକ୍ତି ଦୁର୍ବଳ ହୋଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories