www.samajalive.in
Saturday, December 6, 2025
26.1 C
Bhubaneswar

ଅଳ୍ପ ବର୍ଷାରେ ରାସ୍ତାରେ ଜମି ରହୁଛି ପାଣି

ରେଙ୍ଗାଲିକ୍ୟାମ୍ପ :ଅତାବିରାରୁ ପାହାଡ଼ଶ୍ରୀଗିଡାକୁ ଯାଇଥିବା ୧୪ କିମି ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତାର ରକ୍ଷଣାବେକ୍ଷଣର ଅଭାବରୁ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଲାଣି। ରାସ୍ତାର ଉଭୟ ପାର୍ଶ୍ଵରେ ଲଟା, ବୁଦା ହୋଇ ଓସାରିଆ ରାସ୍ତାକୁ ଅଣ ଓସାରିଆ କରି ପକାଇଲାଣି। ଏପରିକି ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି ରହୁଛି। ଯାହାକୁ ନେଇ ଜନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ରାସ୍ତା ତିଆରି ପାଇଁ, ମରାମତି ପାଇଁ, ରକ୍ଷଣାବେକ୍ଷଣ ପାଇଁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ବର୍ଷେ ନ ପୂରୁଣୁ ରାସ୍ତାରେ ଖାଲ।
ସୂଚନାଯୋଗ୍ୟ ଯେ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ ହୋଇ ୧୫/୩/୨୦୨୩ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଘାସ, ଡାଳପତ୍ର କାଟି ସଫା କରିବା, ପାଣି କଟା ଧାରର ପୁନଃ ମରାମତି, ପିଚୁ ରାସ୍ତାର ଉଭୟ ପାର୍ଶ୍ଵର ମାଟି ସୋଲଡର ମରାମତି, ଗର୍ତ୍ତ ଓ ଫାଟ ମରାମତି, ନିର୍ମିତ ନାଳର ମରାମତି, କଲଭର୍ଟ ଓ ସେତୁ ମରାମତି କାର୍ଯ୍ୟ , କିଲୋମିଟର ଖୁଣ୍ଟି ଓ ସାଇନ ବୋର୍ଡ ମରାମତି ଭଳି କାର୍ଯ୍ୟ ରକ୍ଷଣାବେକ୍ଷଣରେ ରହିଛି। ରକ୍ଷଣାବେକ୍ଷଣର ପ୍ରଥମ ୨୦୨୩-୨୪ ପାଇଁ ୭ ଲକ୍ଷ୨୫ ହଜାର ରହିଛି। ସେହିପରି ୨୦୨୪-୨୫ ପାଇଁ ୮ ଲକ୍ଷ ୭୦ ହଜାର, ୨୦୨୫-୨୬ ପାଇଁ ୧୦ ଲକ୍ଷ ୧୫ ହଜାର,୨୦୨୬-୨୭ ପାଇଁ ୧୧ ଲକ୍ଷ ୬୧ ହଜାର ଓ ୨୦୨୭-୨୮ ପାଇଁ ୧୩ ଲକ୍ଷ ୫ ହଜାର ଖର୍ଚ୍ଚ କରାଯିବାର ସୂଚିତ ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କାର୍ଯ୍ୟ ସମ୍ପାଦନ ହେଉ ନଥିବାରୁ ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ଓ ତୁରନ୍ତ ବିଭାଗୀୟ ଅଧିକାରୀ ଏହାକୁ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories