www.samajalive.in
Monday, December 15, 2025
14.1 C
Bhubaneswar

ଚୀନ ଦ୍ୱାରା ପ୍ରଥମ ହାଇପରସୋନିକ୍‍ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ

ବେଜିଂ : ଚୀନ ନିଜର ପ୍ରଥମ ହାଇପରସୋନିକ୍‍ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ କରିଛି ବୋଲି ସୋମବାର ଘୋଷଣା କରିଛି। ଏହି ହାଇପରସୋନିକ୍‍ ବିମାନରେ ପରମାଣୁ ଅସ୍ତ୍ର ବହନର କ୍ଷମତା ରହିଛି ଓ ଏହି ଯୁଦ୍ଧ ବିମାନ ବର୍ତ୍ତମାନ ପିଢିର ସମସ୍ତ କ୍ଷେପଣାସ୍ତ୍ର ପ୍ରତିରୋଧକ ବ୍ୟବସ୍ଥା (ଆଣ୍ଟି-ମିସାଇଲ ସିଷ୍ଟମ) ଭେଦ କରିପାରିବ ବୋଲି ଚୀନ ଦାବି କରିଛି। ଚୀନ ଆକାଡେମୀ ଅଫ ଏରୋସ୍ପେସ୍‍ ଏରୋଡାଇନାମିକ୍ସ (ସିଏଏଏ) ଏବଂ ଚୀନ ଏରୋସ୍ପେସ୍‍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ ମିଳିତ ଭାବେ ଏହି ବିମାନକୁ ପ୍ରସ୍ତୁତ କରିଛନ୍ତି। ସିଏଏଏ ପକ୍ଷରୁ କୁହାଯାଇଛି ଯେ ଗତ ଶୁକ୍ରବାର ହାଇପରସୋନିକ୍‍ ଯୁଦ୍ଧ ବିମାନ ‘ଜିଙ୍ଗକୋଙ୍ଗ-୨’ ଅବା ‘ଷ୍ଟାରି ସ୍କାଏ-୨’ ପରୀକ୍ଷଣ କରାଯାଇଥିଲା। ଏହାକୁ ରକେଟ୍‍ ଯୋଗେ ଆକାଶକୁ ଛଡ଼ାଯାଇଥିଲା। ଏହାପରେ ଏହା ନିଜେ ଉଡ଼ାଣ ଭରି ଯୋଜନା ଅନୁସାରେ ଧାର୍ଯ୍ୟ ଅଞ୍ଚଳରେ ଅବତରଣ କରିଥିଲା। ଆଉ କେତେକ ପରୀକ୍ଷା ପରେ ଏହାକୁ ସେନାରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବିମାନ ନିଜ ୱେଭ (ତରଙ୍ଗ)ରେ ଚଳାଚଳ କରୁଥିବାରୁ ଏହାକୁ ‘ୱେଭରାଇଡ଼ର’ କୁହାଯାଉଛି। ପରୀକ୍ଷଣ ସମୟରେ ଏହା ଭୂପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନ ପିଢିର ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥାକୁ ଏହା ଭେଦ୍‍ କରିପାରିବ। ଏପରିକି କ୍ରୁଜ୍‍ ଏବଂ ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ଏହା ରୋକିବାରେ ସକ୍ଷମ ହେବ। ‘ୱେଭରାଇଡ଼ର’କୁ କୌଣସି ବି ରକେଟ୍‍ ଦ୍ୱାରା ଆକାଶକୁ ପଠାଇ ହେବ ଓ ଏହା ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories