www.samajalive.in
Monday, December 15, 2025
15.1 C
Bhubaneswar

କ୍ଷମା ମାଗିଲେ ଚୀନ୍‌ ସରକାର

ବେଜିଂ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଚୀନ୍‌ର ଏକ ଗ୍ରାମରେ କୃତ୍ରିମ ବରଫ ଗଛର ବ୍ୟବସ୍ଥା କରାଯାଇଛି। ଏହା ଜଣାପଡିବା ପରେ ଚୀନ୍‌ ସରକାରଙ୍କ ପକ୍ଷରୁ କ୍ଷମାଭିକ୍ଷା କରାଯାଇଛି। ସୂଚନା ମୁତାବକ ଶୀତଋତୁରେ ବରଫର ମଜା ନେବାକୁ ପର୍ଯ୍ୟଟକମାନେ ସିଚୁଆନ ପ୍ରଦେଶର ଚେଙ୍ଗଡୁ ଗ୍ରାମକୁ ଆସିଥାନ୍ତି। ତେବେ ଚଳିତବର୍ଷ ଆବଶ୍ୟକ ପରିମାଣର ତୁଷାରପାତ ହୋଇନଥିବାରୁ ପର‌୍ୟ୍ୟଟକମାନେ ନିରାଶ ହୋଇପଡିଥିଲେ। ତେଣୁ ପର୍ଯ୍ୟଟକଙ୍କୁ ଭ୍ରମିତ କରିବାକୁ ଗ୍ରାମ କର୍ତ୍ତୃପକ୍ଷ ଗଛଗୁଡିକରେ ଧଳାରଙ୍ଗର ତୁଳା ଓ ଉଲ୍‌ ଖଞ୍ଜିବା ସହ ରାସ୍ତା​ରେ ସାବୁନ ଫେଣଯୁକ୍ତ ପାଣିର ବନ୍ଦୋବସ୍ତ କରିଥିଲେ। ଘରର ଛାତଗୁଡିକୁ ମଧ୍ୟ କୃତ୍ରିମ ବରଫରେ ଢଙ୍କାଯାଇଥିଲା। ତେବେ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଛି। ପର୍ଯ୍ୟଟକମାନେ ଏହା ନକଲି ବୋଲି ଜାଣିବା ପରେ ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ। ସାମାଜିକ ଗଣମାଧ୍ୟମରେ ସମାଲୋଚନା ହେବାପରେ ଗ୍ରାମ ତରଫରୁ କ୍ଷମାପ୍ରାର୍ଥନା କରାଯାଇଛି। ବର୍ତ୍ତମାନ ଉକ୍ତ ଗ୍ରାମର ରାସ୍ତାଘାଟ, ବୃକ୍ଷରାଜି ଏବଂ ବାସଗୃହ ଉପରୁ କୃତ୍ରିମ ବରଫଗୁଡିକୁ ହଟାଇ ଦିଆଯାଉଛି। ଏଥିସହିତ ପର୍ଯ୍ୟଟକଙ୍କୁ ସେମାନଙ୍କର ଅର୍ଥ ଫେରାଇବାର ବନ୍ଦୋବସ୍ତ ମଧ୍ୟ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories